ବିଜେପିର ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଗଡକୁଣ୍ଟୁଣିଆରେ ଶେଷ

ଭୁବନେଶ୍ୱର: ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ସପ୍ତାହେ ବ୍ୟାପୀ ଚାଲିଥିବା ବିଜେପିର ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆଜି ଶେଷ ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠ ସୁଦର୍ଶନଙ୍କ ଦାରୁସ୍ଥଳ ଗଡ଼କଣ୍ଟୁଣିଆରେ ଏହି ଯାତ୍ରା ଶେଷ ହୋଇଯାଇଛି। ଏହି ଅବସରରେ ଗଡ଼କଣ୍ଟୁଣିଆରେ ବିଜେପି ପକ୍ଷରୁ ସମାପନ ଦିବସର ଆୟୋଜନ କରାଯାଇଥିଲା। ଏଥିରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ। ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହ ଦେଓ ଓ ବରିଷ୍ଠ ନେତା ବିଜୟ ମହାପାତ୍ର […]

bjp1

bjp1

Rakesh Mallick
  • Published: Monday, 06 July 2015
  • Updated: 06 July 2015, 02:38 PM IST

Sports

Latest News

ଭୁବନେଶ୍ୱର: ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ସପ୍ତାହେ ବ୍ୟାପୀ ଚାଲିଥିବା ବିଜେପିର ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆଜି ଶେଷ ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠ ସୁଦର୍ଶନଙ୍କ ଦାରୁସ୍ଥଳ ଗଡ଼କଣ୍ଟୁଣିଆରେ ଏହି ଯାତ୍ରା ଶେଷ ହୋଇଯାଇଛି। ଏହି ଅବସରରେ ଗଡ଼କଣ୍ଟୁଣିଆରେ ବିଜେପି ପକ୍ଷରୁ ସମାପନ ଦିବସର ଆୟୋଜନ କରାଯାଇଥିଲା। ଏଥିରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ। ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହ ଦେଓ ଓ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ବ୍ରହ୍ମ ବିଭ୍ରାଟ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ, ଏକ ସପ୍ତାହର ଏହି ଯାତ୍ରରେ ଲୋକଙ୍କର ଅଦ୍ଭୁତପୂର୍ବ ସମର୍ଥନ ମିଳିଛି। ସରକାରଙ୍କ ଅପାରଗତା ବିରୋଧରେ ଆକ୍ରୋଶ ପ୍ରକାଶ କରିଛନ୍ତି ରାଜ୍ୟବାସୀ।

ସେହିପରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ଏକ ସପ୍ତାହର ଏହି ଜଗନ୍ନାଥ ସଂସ୍କୃତି ରଥ ପରିକ୍ରମା ବେଳେ ବ୍ରହ୍ମ ବିଭ୍ରାଟ ନେଇ ରାଜ୍ୟବାସୀ ସରକାରଙ୍କ ଉପରେ କ୍ଷୁବ୍ଧ ଥିବା ଦଳ ଅନୁଭବ କରିଛି। ଏହି ଯାତ୍ରାରେ ବିଜେପି ଲୋକଙ୍କ ସମର୍ଥନ ପାଇଛି। ଏହି ରଥଯାତ୍ରା ମାଧ୍ୟମରେ ବିଜେପି ସାରା ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ପ୍ରସାରିତ କରିଛି । ଏହାଧାରା ଆଗକୁ ଜାରି ରହିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ କହିଛନ୍ତି ଯେ, ବିଭ୍ରାଟ କାହିଁକି ହେଲା ସେନେଇ ରାଜ୍ୟବାସୀଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମ କରିଥିଲା ଦଳ। ଏହା ମାଧ୍ୟମରେ ବିଜେପି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଲୋକ ଲୋଚନକୁ ଆଣିପାରିଛି।  ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ। ସରକାର ଯେଉଁ ବିଭ୍ରାଟ କରିଛନ୍ତି ତାହାର ବିଚାରବିଭାଗୀୟ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଆଳରେ ରାଜନୀତି କରାଯାଉଛି। ବିଜେପି ଧର୍ମ ନାଁରେ ଲୋକଙ୍କୁ ଆଖି ଠାର ମାରୁଛି। ଏହା ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଶ୍ରୀମନ୍ଦିରରେ ହୋଇଥିବା ବିଭ୍ରାଟର ନିରପକ୍ଷ ତଦନ୍ତ କରାଯାଉଛି। ଖୁବଶୀଘ୍ର ସବୁ ଠିକ ହୋଇଯିବ। ଏହାକୁ ନେଇ ହେଉଥିବା ରାଜନୀତିକୁ ଜନସାଧାରଣ ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି।

ଗତ ମାସ ୩୦ ତାରିଖରେ ପୁରୀରୁ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆରମ୍ଭ ହୋଇଥିଲା। ଦଳୀୟ ନେତାମାନେ ଏହି ସମୟରେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ପଥପ୍ରାନ୍ତ ସଭା କରିଥିଲେ। ବ୍ରହ୍ମ ପରିବର୍ତ୍ତନ ରୀତିନୀତିକୁ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଠିକ ଭାବେ ପରିଚାଳନା କରିପାରି ନ ଥିବା ଓ ଦଇତାପତିମାନଙ୍କ ମନମୁଖୀ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ। ୭ ଦିନରେ ବିଜେପି ନେତାମାନେ ରଥ ସହ ୧୧ ଶହ କିଲୋମିଟର ପରିକ୍ରମା କରି ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଉଦ୍ୟମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos