ଆଜି ସରୁଛି ଡି’ବ୍ରଦର୍ସଙ୍କ ରିମାଣ୍ଡ ଅବଧି

କଟକ: ଡ଼ି’ବ୍ରଦର୍ସଙ୍କ ରିମାଣ୍ଡ ଅବଧି ଆଜି ସରୁଛି। ଆସନ୍ତାକାଲି ଉଭୟଙ୍କୁ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ପୋଲିସ୍ ହାଜର କରିବ। ଉଭୟଙ୍କୁ ଜେରା ପାଇଁ କମିଶନରେଟ୍ ପୋଲିସ୍‌ ତୃତୀୟ ପର୍ଯ୍ୟାୟରେ ସାତ ଦିନ ପାଇଁ ରିମାଣ୍ଡରେ ଆଣିଥିଲା। ତିନିତିନି ଥର ରିମାଣ୍ଡରେ କମିଶନରେଟ୍ ପୋଲିସ୍ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ରବିବାର ଡି’ବ୍ରଦର୍ସଙ୍କ ଲିଙ୍କ୍ ଅଭିଯୋଗରେ କମିଶନରେଟ୍ ପୋଲିସ୍ କଟକର ପ୍ରମୋଦ ପାତ୍ର ଓରଫ୍ ଭୁଆଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କଟକ ଏସଡିଜେଏମ୍‌ କୋର୍ଟରେ ତାକୁ […]

d-brothers

Rakesh Mallick
  • Published: Monday, 22 February 2016
  • , Updated: 22 February 2016, 02:38 AM IST

କଟକ: ଡ଼ି’ବ୍ରଦର୍ସଙ୍କ ରିମାଣ୍ଡ ଅବଧି ଆଜି ସରୁଛି। ଆସନ୍ତାକାଲି ଉଭୟଙ୍କୁ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ପୋଲିସ୍ ହାଜର କରିବ। ଉଭୟଙ୍କୁ ଜେରା ପାଇଁ କମିଶନରେଟ୍ ପୋଲିସ୍‌ ତୃତୀୟ ପର୍ଯ୍ୟାୟରେ ସାତ ଦିନ ପାଇଁ ରିମାଣ୍ଡରେ ଆଣିଥିଲା। ତିନିତିନି ଥର ରିମାଣ୍ଡରେ କମିଶନରେଟ୍ ପୋଲିସ୍ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।

ରବିବାର ଡି’ବ୍ରଦର୍ସଙ୍କ ଲିଙ୍କ୍ ଅଭିଯୋଗରେ କମିଶନରେଟ୍ ପୋଲିସ୍ କଟକର ପ୍ରମୋଦ ପାତ୍ର ଓରଫ୍ ଭୁଆଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କଟକ ଏସଡିଜେଏମ୍‌ କୋର୍ଟରେ ତାକୁ ହାଜର କରାଯିବା ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। କିନ୍ତୁ ରିମାଣ୍ଡ ପାଇଁ ପୋଲିସ୍ ଆବେଦନ କରିନାହିଁ। ଭୁଆଁର ଶଙ୍କରପୁରସ୍ଥିତ ରେଡ୍ ବେଳେ ୭୬ ଲକ୍ଷ ୨୦ ହଜାର ଟଙ୍କା ପୋଲିସ୍ ଜବତ କରିଛି । ଦାଦାବଟି ଆଦାୟ ଅଭିଯୋଗରେ ଭୁଆଁକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ୱାଇ ବି ଖୁରାନିଆ।

ଶଙ୍କରପୁର-ବାଦାମବାଡ଼ି ପୂଜା କମିଟିର ସଭାପତି ଥିବା ଭୁଆଁ ନାଁରେ ପୂର୍ବରୁ ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ଗୁଳି ଓ ବୋମାମାଡ଼ ଭଳି ବହୁ ସଙ୍ଗୀନ ଅଭିଯୋଗ ରହିଛି।

Related story