ଆଜି ସ୍ୱାଧୀନତା ଦିବସ, ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଆଜି ସ୍ୱାଧୀନତା ଦିବସ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ମାଓପ୍ରବଣ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। କନ୍ଧମାଳରୁ ନେଇ ଗଜପତି, ରାୟଗଡ଼ାରୁ ମାଲକାନଗିରି ଭଳି ମାଓପ୍ରବଣ ଜିଲ୍ଲାଗୁଡ଼ିକରେ ଗତକାଲି ଦିନ ତମାମ ଗାଡ଼ି ମୋଟର ଯାଞ୍ଚ ସହ ଖାନ ତଲାସି କରାଯାଇଥିଲା। ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ବି ଅନୁରୂପ ଅବସ୍ଥା ଦେଖାଯାଇଥିଲା। ସ୍ୱାଧୀନତା ଦିବସକୁ ମାଓବାଦୀମାନେ […]

swadhinatadiwas

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 06:27 AM IST

ଭୁବନେଶ୍ୱର: ଆଜି ସ୍ୱାଧୀନତା ଦିବସ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ମାଓପ୍ରବଣ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।

କନ୍ଧମାଳରୁ ନେଇ ଗଜପତି, ରାୟଗଡ଼ାରୁ ମାଲକାନଗିରି ଭଳି ମାଓପ୍ରବଣ ଜିଲ୍ଲାଗୁଡ଼ିକରେ ଗତକାଲି ଦିନ ତମାମ ଗାଡ଼ି ମୋଟର ଯାଞ୍ଚ ସହ ଖାନ ତଲାସି କରାଯାଇଥିଲା। ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ବି ଅନୁରୂପ ଅବସ୍ଥା ଦେଖାଯାଇଥିଲା।

ସ୍ୱାଧୀନତା ଦିବସକୁ ମାଓବାଦୀମାନେ କଳାଦିବସ ଭାବେ ପାଳନ କରିବାକୁ ଧମକ ଦେଇଥିବାରୁ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ପୂରା ତୟାର ହୋଇ ରହିଛି ପୋଲିସ ବାହିନୀ। ଜିଲ୍ଲାସ୍ତରୀୟ ପରେଡ୍ ସ୍ଥଳୀଗୁଡିକ ବି ପୋଲିସ୍ ଛାଉଣୀରେ ପରିଣତ ହୋଇଯାଇଛି।

ରାଜଧାନୀ ଭୁବନେଶ୍ୱରକୁ ବି ଘେରି ରହିଛି ସୁରକ୍ଷାକର୍ମୀଙ୍କ ଏକ ବଳୟ। ୨୨ ପ୍ଲାଟୁନ୍ ଫୋର୍ସକୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛି। ଭୁବନେଶ୍ୱର ଠାରେ ଆଜି ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମାହତ୍ମା ଗାନ୍ଧି ମାର୍ଗରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ପରେଡ୍ ସ୍ଥଳରେ ପୋଲିସ୍ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ସାଙ୍ଗକୁ ଏକାଧିକ ସିସି କ୍ୟାମେରା ଲଗାଯାଇଛି।

Related story