ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଯାତ୍ରୀବାହୀ ବସଭଡା ବୃଦ୍ଧି ପାଇଛି । ଏ ନେଇ ପରିବହନ ମନ୍ତ୍ରୀ ରମେଶ ମାଝୀ ସୂଚନା ଦେଇଛନ୍ତି । ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବଢିଛି। ପୂର୍ବରୁ ଏହି ଶ୍ରେଣୀରେ ବସ୍ ଭଡ଼ା କିଲୋମିଟର ପିଛା ୫୭ ପଇସା ଥିବାବବେଳେ ଏବେ ଏହା ୬୧ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ୬୦ରୁ ୬୪ ପଇସା, ଡିଲକ୍ସ ବସ ୮୦ରୁ ୮୬ ପଇସା ଓ ଏସି ଡିଲକ୍ସରେ ଭଡ଼ା କିଲୋମିଟର ପିଛା ୯୯ ପଇସାରୁ ୧ ଟଙ୍କ। ୭ ପଇସାକୁ ବଢିଛି। ଆଜିଠାରୁ ଏହି ବର୍ଦ୍ଧିତ୍ ଭଡ଼ା ଲାଗୁ ହେବ। ସେହିପରି ଭଡ଼ା ବୃଦ୍ଧି ନେଇ ବସ୍ ମାଲିକ ସଂଘ ପକ୍ଷରୁ ଦାବି ହୋଇ ଆସୁଥିବା ଅଟୋମ୍ୟାଟିକ୍ ମେକାନିଜିମ୍ ସିଷ୍ଟମ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏହି ବ୍ୟବସ୍ଥା ଅନୁସାରେ ଡିଜେଲ୍ ଲିଟର ୨ଟଙ୍କ। ବଢ଼ିଲେ ଅର୍ଡିନାରି ଓ ଏକ୍ସପ୍ରେସ୍ ବସ ଭଡ଼ା ଆପେ କିଲୋମିଟର ପିଛା ୧ ପଇସା ଓ ଏସି ଡିଲକ୍ସରେ ୨ ପଇସା ବଢିଯିବ। ସେହିପରି ଡିଜେଲ ଦର ୨ଟଙ୍କ। ପର୍ଯ୍ୟନ୍ତ ହ୍ରାସ ପାଇବା ମାତ୍ରେ ଏହି ବର୍ଦ୍ଧିତ ଭଡ଼ା ପୁଣି ସେତିକି କମିଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍ ଥିଲେ ଦୀପାଳି-ଆକାଶ?
ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ।
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।