ଆଜିଠାରୁ ସତ୍ୟମର ତିନି ଦିନିଆ ରିମାଣ୍ଡ ଆରମ୍ଭ

କଟକ:  ଆଜିଠାରୁ ସାରଥିଙ୍କ ପାଳିତ ପୁତ୍ର ସତ୍ୟମଙ୍କୁ ତିନି ଦିନିଆ ରିମାଣ୍ଡ  ନେବ କ୍ରାଇମବ୍ରାଞ୍ଚ। । ତାଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ ଗତକାଲି କୋର୍ଟ ଅନୁମତି ଦେଇଥିଲେ। ଜେରା ବେଳେ ଫୋକସରେ ସାରଥିଙ୍କ ଅର୍ଥନୈତିକ କାରବାରରେ ସତ୍ୟମଙ୍କ ସଂପୃକ୍ତି ରହିପାରେ । ସତ୍ୟମ ନାଁରେ ୩ଟି ବ୍ୟାଙ୍କ ଆକାଉଣ୍ଟରୁ ୨୭ ଲକ୍ଷ ଟଙ୍କା ଠାବ ହୋଇଛି। ତା’ଛଡ଼ା ସତ୍ୟମ୍ ନାଁରେ ମୂଲ୍ୟବାନ ଫ୍ଲାଟ୍, ଜମିବାଡ଼ି ଓ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ଏହାଛଡା […]

satyam

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 02:16 AM IST

କଟକ:  ଆଜିଠାରୁ ସାରଥିଙ୍କ ପାଳିତ ପୁତ୍ର ସତ୍ୟମଙ୍କୁ ତିନି ଦିନିଆ ରିମାଣ୍ଡ  ନେବ କ୍ରାଇମବ୍ରାଞ୍ଚ। । ତାଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ ଗତକାଲି କୋର୍ଟ ଅନୁମତି ଦେଇଥିଲେ। ଜେରା ବେଳେ ଫୋକସରେ ସାରଥିଙ୍କ ଅର୍ଥନୈତିକ କାରବାରରେ ସତ୍ୟମଙ୍କ ସଂପୃକ୍ତି ରହିପାରେ । ସତ୍ୟମ ନାଁରେ ୩ଟି ବ୍ୟାଙ୍କ ଆକାଉଣ୍ଟରୁ ୨୭ ଲକ୍ଷ ଟଙ୍କା ଠାବ ହୋଇଛି। ତା'ଛଡ଼ା ସତ୍ୟମ୍ ନାଁରେ ମୂଲ୍ୟବାନ ଫ୍ଲାଟ୍, ଜମିବାଡ଼ି ଓ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ଏହାଛଡା ସତ୍ୟମଙ୍କ ନାଁରେ ଚାଲିଥିବା ଚାରିଟେବୁଲ୍ ଟ୍ରଷ୍ଟ ମାଧ୍ୟମରେ କୋଟି କୋଟି ଟଙ୍କା ଆଦାୟ ହେଉଥିଲା । ବିଲଡର ସାଗର ରାୟଙ୍କ ପତ୍ନୀଙ୍କଠାରୁ ସେ ୫୫ ଲକ୍ଷ ଟଙ୍କାର ଏକ ଫ୍ଲାଟ କିଣିଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ସତ୍ୟମଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ତାଙ୍କ ନାଁରେ ଆଇପିସିର ଧାରା ୧୨୦-ବି, ୪୬୭, ୪୬୮, ୪୭୧, ୪୧୧, ୪୨୩, ୩୭୧, ୩୪୧ ଏବଂ ୩୪ ଦଫା ଲାଗିଛି।

Related story