ଭୁବନେଶ୍ୱର: ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପ୍ଲସ୍-ଟୁ ଇନଷ୍ଟାଣ୍ଟ ପରୀକ୍ଷା। ଓଡ଼ିଶା ବନ୍ଦ ପାଇଁ ଗତକାଲିଠୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷାକୁ ଦିନଟିଏ ଘୁଞ୍ଚାଇ ଦିଆଯାଇଥିଲା। ରାଜ୍ୟର ୩୩ଟି କେନ୍ଦ୍ରରେ ୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଲେଖାଏଁ ଏବଂ ଅନ୍ୟ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ୧ ତାରିଖ ଯାଏଁ ଚାଲିବ ଏବଂ ଜୁଲାଇ ୧୫ ସୁଦ୍ଧା ଫଳ ପ୍ରକାଶ କରାଯିବ।