ଆଜି ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା କରିବେ। ନବୀନ ସରକାରଙ୍କ ଚତୁର୍ଥ ପାଳିର ପ୍ରଥମ ବର୍ଷରେ ବିଭାଗ କେତେ ସଫଳତା ପାଇଛି ଏବଂ କେଉଁ କେଉଁ କ୍ଷେତ୍ରରେ ବିଫଳ ହୋଇଛି ତା’ ଉପରେ ବିସ୍ତୃତ ଭାବେ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କ ଉପସ୍ଥିତିରେ ସମୀକ୍ଷା କରିବେ। ସରକାରଙ୍କୁ ବର୍ଷେ ପୂରି ଥିବାବେଳେ ୨୦୧୪ରେ ତ୍ରୁଟିପୂର୍ଣ୍ଣ ପ୍ଲସ୍ ଟୁ ରେଜଲ୍ଟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ସେହିପରି ଜେଇଇ ମେନ୍, ଓଡ଼ିଶା […]

secretariat

Rakesh Mallick
  • Published: Wednesday, 17 June 2015
  • , Updated: 17 June 2015, 01:48 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା କରିବେ। ନବୀନ ସରକାରଙ୍କ ଚତୁର୍ଥ ପାଳିର ପ୍ରଥମ ବର୍ଷରେ ବିଭାଗ କେତେ ସଫଳତା ପାଇଛି ଏବଂ କେଉଁ କେଉଁ କ୍ଷେତ୍ରରେ ବିଫଳ ହୋଇଛି ତା' ଉପରେ ବିସ୍ତୃତ ଭାବେ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କ ଉପସ୍ଥିତିରେ ସମୀକ୍ଷା କରିବେ। ସରକାରଙ୍କୁ ବର୍ଷେ ପୂରି ଥିବାବେଳେ ୨୦୧୪ରେ ତ୍ରୁଟିପୂର୍ଣ୍ଣ ପ୍ଲସ୍ ଟୁ ରେଜଲ୍ଟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ସେହିପରି ଜେଇଇ ମେନ୍, ଓଡ଼ିଶା ଆଇଆଇଏମକୁ ନେଇ ବିବାଦ, ନିଯୁକ୍ତି ମେଳା ଏବଂ ବିଭିନ୍ନ ଦାବି ନେଇ ଶିକ୍ଷକଙ୍କ ଆନ୍ଦୋଳନ ମଧ୍ୟ ସମସ୍ୟା ଭାବେ ଛିଡ଼ା ହୋଇଥିଲା। ତେବେ ବର୍ଷକ ଭିତରେ ଶିକ୍ଷାର ବିକାଶ ଓ ସଂସ୍କାର ପାଇଁ ମଧ୍ୟ ରାଜ୍ୟ ସରକାର କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ସେସବୁ ହେଉଛି- ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ଏବଂ ଫଳାଫଳ ପ୍ରକାଶ, ରାଜ୍ୟରେ ପ୍ରଥମ କରି ଯୁକ୍ତଦୁଇ ବିଜ୍ଞାନ ଖାତା ଅନ୍-ଲାଇନ୍ ମୂଲ୍ୟାୟନ ଏବଂ ଉଚ୍ଚଶିକ୍ଷାରେ ସିଟ୍ ସଂରକ୍ଷଣ ବ୍ୟବସ୍ଥା।

Related story