ହୀରାକୁଦ ଡ୍ୟାମରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର:  ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଆଜି ଚାରୋଟି ଗେଟ୍ ଖୋଲା ଯାଇଛି। ପର୍ଯ୍ୟାୟ କ୍ରମେ ଆଉ ତିନୋଟି ଗେଟ୍ ଖୋଲାଯିବ।  ଏଥିପାଇଁ ଡ୍ୟାମ୍ ତଳମୁଣ୍ଡରେ ସତର୍କ ସୂଚନା ଜାରି କରାଯାଇଛି। ଉପର ମୁଣ୍ଡରେ ବର୍ଷାର ସ୍ଥିତି ଓ ଡ୍ୟାମରେ ଜଳ ପତ୍ତନକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ କରାଯାଇଥାଏ। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ଗତକାଲି ଅପରାହ୍ଣ ୩ଟା ଜଳପତ୍ତନ ୬୧୩. ୯୩ ଫୁଟ […]

dam

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 12:45 PM IST

ସମ୍ବଲପୁର:  ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଆଜି ଚାରୋଟି ଗେଟ୍ ଖୋଲା ଯାଇଛି। ପର୍ଯ୍ୟାୟ କ୍ରମେ ଆଉ ତିନୋଟି ଗେଟ୍ ଖୋଲାଯିବ।  ଏଥିପାଇଁ ଡ୍ୟାମ୍ ତଳମୁଣ୍ଡରେ ସତର୍କ ସୂଚନା ଜାରି କରାଯାଇଛି। ଉପର ମୁଣ୍ଡରେ ବର୍ଷାର ସ୍ଥିତି ଓ ଡ୍ୟାମରେ ଜଳ ପତ୍ତନକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ କରାଯାଇଥାଏ। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ଗତକାଲି ଅପରାହ୍ଣ ୩ଟା ଜଳପତ୍ତନ ୬୧୩. ୯୩ ଫୁଟ ଥିଲା । ଉପରମୁଣ୍ଡରେ ଅଧିକ ବର୍ଷା ହୋଇ ନ ଥିଲେ ମଧ୍ୟ ଇବ୍ ନଦୀରେ ବନ୍ୟା ଆସିବା ଯୋଗୁଁ ଡ୍ୟାମର ଜଳ ପତ୍ତନ ବଢୁଛି। ଜୁଲାଇ ୩୧ ସୁଦ୍ଧା ଜଳପତ୍ତନ ୬୧୦ ଫୁଟର ସୀମିତ ରଖିବାକୁ ନିୟମ ଥିବାରୁ ଏହି ଜଳ ନିଷ୍କାସନ କରାଯାଇଛି।

Related story