ଅଜିତ ମିଶ୍ରଙ୍କୁ ଥଇଥାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସିଇଓ ହେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ଅଜିତ୍ କୁମାର ମିଶ୍ର ଅବସର ନେବାର ୨୪ଘଣ୍ଟା ନପୁରୁଣୁ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ଥଇଥାନ କରାଯାଇଛି। ଏହାସହିତ ସିଇଓ ଥିବା ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସେଠାରୁ ହଟାଇ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ର ଡବ୍ଲ୍ୟୁଓଡିସି ସିଇଓ ଭାବେ ଅବସ୍ଥାପିତ ହୋଇଛନ୍ତି। ସେ ଯେଉଁଦିନ ଏହି […]

sachivalya

sachivalya

Ordigital Desk
  • Published: Monday, 01 November 2021
  • Updated: 01 November 2021, 08:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ଅଜିତ୍ କୁମାର ମିଶ୍ର ଅବସର ନେବାର ୨୪ଘଣ୍ଟା ନପୁରୁଣୁ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ଥଇଥାନ କରାଯାଇଛି। ଏହାସହିତ ସିଇଓ ଥିବା ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସେଠାରୁ ହଟାଇ ଦିଆଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ର ଡବ୍ଲ୍ୟୁଓଡିସି ସିଇଓ ଭାବେ ଅବସ୍ଥାପିତ ହୋଇଛନ୍ତି। ସେ ଯେଉଁଦିନ ଏହି ଦାୟିତ୍ୱ ସମ୍ଭାଳିବେ ସେବେଠୁ ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ତେବେ ଶ୍ରୀ ମିଶ୍ରଙ୍କ ନିଯୁକ୍ତି ସର୍ତ୍ତାବଳୀ ଓ ଅନ୍ୟାନ୍ୟ ସୁବିଧାସୁଯୋଗ କ’ଣ ରହିବ ତାହା ଅର୍ଥ ବିଭାଗ ସହ ପରାମର୍ଶ କରି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସ୍ଥିର କରିବ। ଶ୍ରୀ ମିଶ୍ର ଗତକାଲି ସରକାରୀ ଚାକିରିରୁ ଅବସର ନେଇଛନ୍ତି। ସେ ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ ଓ ସରକାର ତାଙ୍କୁ ଆଜି ଥଇଥାନ କରିଛନ୍ତି।

ସେହିପରି ୨୦୧୦ ବ୍ୟାଚ୍ ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧୁରୀ ଡବ୍ଲ୍ୟୁଓଡିସି ସିଇଓ ସହ ଅତିରିକ୍ତ ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିଲେ। କିନ୍ତୁ ଶ୍ରୀ ଚୌଧୁରୀଙ୍କୁ ସିଇଓ ପଦରୁ ହଟାଇ ଦିଆଯାଇ କେବଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦବୀରେ ସେ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ପାହ୍ୟାର ସୁବିଧାସୁଯୋଗ ପାଇବେ।

ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ରାଜ୍ୟ ଅନୁସୂଚିତ ଜାତି କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ଓଏଏସ୍ ସୁବ୍ରତ କୁମାର ପଣ୍ଡାଙ୍କ ବଦଳିକୁ ବାତିଲ୍ କରାଯାଇ ତାଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ସେହିପରି ଓଏଏଏସ୍ ବାଦଲ କୁମାର ମହାନ୍ତିଙ୍କୁ ପଂଚାୟତିରାଜ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି ଓ ତାଙ୍କୁ ଓରମାସର ଅତିରିକ୍ତ ସିଇଓ ଏବଂ ଓଡ଼ିଶା ଜୀବିକା ମିଶନ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos