ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଏକମାସ ପର୍ଯ୍ୟନ୍ତ ଚାଲିବ ପହିଲି ଭୋଗ ନୀତି

ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଆଜିଠାରୁ ଏକମାସ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଚାଲିବ ପହିଲି ଭୋଗ ନୀତି। ବିରି, ଗହମରେ ପ୍ରସ୍ତୃତ ୩୨ ପ୍ରକାର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯିବ। ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ମଣ୍ଡା, ଆରିସା, କାକରା, ଝଡେଇ ନେଦା ଓ ବଡି ଆଦି ଭୋଗ କରାଯାଇଥାଏ। ପହିଲି ଭୋଗ ସମୟରେ ଦିବା ପହୁଡ଼ କରାଯିବାର ନୀତି ମଧ୍ୟ ରହିଛି। ସେହିପରି ଆଜି ଧନୁ ସଂକ୍ରାନ୍ତି ପାଇଁ ଶ୍ରୀଜିଉଙ୍କ ନିକଟରେ […]

Puri-5

Rakesh Mallick
  • Published: Wednesday, 16 December 2015
  • , Updated: 16 December 2015, 02:36 AM IST

ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଆଜିଠାରୁ ଏକମାସ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଚାଲିବ ପହିଲି ଭୋଗ ନୀତି। ବିରି, ଗହମରେ ପ୍ରସ୍ତୃତ ୩୨ ପ୍ରକାର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯିବ। ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ମଣ୍ଡା, ଆରିସା, କାକରା, ଝଡେଇ ନେଦା ଓ ବଡି ଆଦି ଭୋଗ କରାଯାଇଥାଏ। ପହିଲି ଭୋଗ ସମୟରେ ଦିବା ପହୁଡ଼ କରାଯିବାର ନୀତି ମଧ୍ୟ ରହିଛି। ସେହିପରି ଆଜି ଧନୁ ସଂକ୍ରାନ୍ତି ପାଇଁ ଶ୍ରୀଜିଉଙ୍କ ନିକଟରେ ମୁଆଁ ଭୋଗର ପରମ୍ପରା ମଧ୍ୟ ରହିଛି। ଧନୁସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି।

Related story