ଆଜିଠୁ ଏୟାର ଭିସ୍ତାରା ପକ୍ଷରୁ ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରର ବିମାନବନ୍ଦରରେ ନୂଆ ବିମାନ ସେବା ଆରମ୍ଭ ହେବ। ଏୟାର ଭିସ୍ତାରା ପକ୍ଷରୁ ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ କରିବ। ଅପରାହ୍ନ ୪ଟାରେ ବିମାନ ନୂଆଦିଲ୍ଲୀ ଛାଡିବ। ତେବେ କମ୍ପାନୀ ପକ୍ଷରୁ ଦୈନିକ ଦୁଇଟି ବିମାନ ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଦୈନିକ ୧୦ଟା ୪୦ ଓ ୭ଟା୧୫ରେ ଦୁଇଟି ବିମାନ ନୂଆଦିଲ୍ଲୀ ଅଭିମୁଖ ଯିବ। ସେହିଭଳି ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ଦୁଇଟି ବିମାନ ଯଥାକ୍ରମେ ୭ଟା […]

biju

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 05:58 AM IST

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରର ବିମାନବନ୍ଦରରେ ନୂଆ ବିମାନ ସେବା ଆରମ୍ଭ ହେବ। ଏୟାର ଭିସ୍ତାରା ପକ୍ଷରୁ ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ କରିବ। ଅପରାହ୍ନ ୪ଟାରେ ବିମାନ ନୂଆଦିଲ୍ଲୀ ଛାଡିବ। ତେବେ କମ୍ପାନୀ ପକ୍ଷରୁ ଦୈନିକ ଦୁଇଟି ବିମାନ ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଦୈନିକ ୧୦ଟା ୪୦ ଓ ୭ଟା୧୫ରେ ଦୁଇଟି ବିମାନ ନୂଆଦିଲ୍ଲୀ ଅଭିମୁଖ ଯିବ।
ସେହିଭଳି ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ଦୁଇଟି ବିମାନ ଯଥାକ୍ରମେ ୭ଟା ୫୦ ଓ ୪ଟା ୨୫ ମିନଟରେ ଛାଡିବ। ଟାଟା ଓ ସିଙ୍ଗ।ପୁର ଏୟାରଲାଇନ୍ସର ଯୌଥ ଉଦ୍ୟମରେ ଏୟାର ଭିସ୍ତାରା ବିମାନ ସେବା ଯୋଗାଇ ଦେଉଛି। ଏଥିପାଇଁ ଗତ ମଙ୍ଗଳବାର ଦିନ କମ୍ପାନୀର ପକ୍ଷରୁ ଟ୍ରାଏଲ ରନ୍ କରାଯାଇଥିଲା।

Related story