ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା

କଟକ: ଆଜିଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇଥିଲେ। ୭ ଦିନ ଧରି ଚାଲିବାକୁ ଥିବା ଯାତ୍ରାରେ ୧୩୦୦ ଷ୍ଟଲ ଓ ୪୦୦୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଦୋକାନ ଖୋଲାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର ବାଲିଯାତ୍ରା  ରାମଦୋଳି, ବ୍ରେକ୍ ଡ୍ୟାନସ ଓ ପିଲାଙ୍କ ପାଇଁ ଚକ୍ରି ଦୋଳି ଭଳି ଦୋଳି ଦେଖିବାକୁ ମିଳିବ। କଟକ ବାଲିଯାତ୍ରାରେ ୫୦ ପ୍ଲାଟୁନ ଫୋର୍ସ ଓ ୩୦୦ […]

cuttack

Rakesh Mallick
  • Published: Monday, 14 November 2016
  • , Updated: 14 November 2016, 08:26 PM IST

କଟକ: ଆଜିଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇଥିଲେ। ୭ ଦିନ ଧରି ଚାଲିବାକୁ ଥିବା ଯାତ୍ରାରେ ୧୩୦୦ ଷ୍ଟଲ ଓ ୪୦୦୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଦୋକାନ ଖୋଲାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏଥର ବାଲିଯାତ୍ରା  ରାମଦୋଳି, ବ୍ରେକ୍ ଡ୍ୟାନସ ଓ ପିଲାଙ୍କ ପାଇଁ ଚକ୍ରି ଦୋଳି ଭଳି ଦୋଳି ଦେଖିବାକୁ ମିଳିବ।

କଟକ ବାଲିଯାତ୍ରାରେ ୫୦ ପ୍ଲାଟୁନ ଫୋର୍ସ ଓ ୩୦୦ ଅଫିସର  ନିୟୋଜିତ  କରାଯାଇଥିବା କଟକ ଡିସିପି ସଞ୍ଜୀବ ଅରୋରା କହିଛନ୍ତି। ସେ କହିଛନ୍ତି, “ବାଲିଯାତ୍ରାରେ ୩୦ଟି ସିସିଟିଭି କ୍ୟାମେରା ଓ ୩୫ଟି ଏଡ୍‌ ପୋଷ୍ଟ ରହିବ। ବାଲିଯାତ୍ରା ପଡ଼ିଆ ଉପରେ ତୀକ୍ଷ୍ନ ଦୃଷ୍ଟି ରଖାଯାଇଛି।”

Related story