ମାଆ, ମାଟି ଓ ଧରଣୀକୁ କ୍ଷୀର ଚାଉଳ ଦେଇ ପୂଜା କଲା ଚାଷୀ

ବଲାଙ୍ଗିର(ସସ୍ମିତା ସାହୁ): ଧୋଧୋ ଖରାରେ ଦେହ ଓ ମୁହଁ ଜଳିଯାଉଛି। ଏହି ଖରାକୁ ଖାତିର ନକରି ଚାଷୀ ରୀତିନୀତି ଅନୁଯାୟୀ ଧରଣୀ ମାଆକୁ ପୂଜା କରିଛି। ଅକ୍ଷୟ ତୃତୀୟାରେ ଆଜି ଅଖିମୁଠି ଅନୁକୂଳ କରିଛି ଚାଷୀ। ଏଥିରୁ ବାଦ ପଡ଼ିନି କୃଷି ଭିତ୍ତିକ ଜିଲ୍ଲା ବଲାଙ୍ଗିର। ଗତକାଲି ଡେଙ୍ଗୁରା ପିଟି ଅଖିତୃତୀୟା ପାଇଁ ନିମନ୍ତ୍ରଣ କରିଥିଲେ ଡିଙ୍ଗରାବାଲା। ଆଉ ଆଜି ସକାଳେ ବଲାଙ୍ଗିର ଉପକଣ୍ଠ ବରକାନୀ ଗାଁରେ ବିହନ ପୂଜା କରାଯାଇଥିଲା। ପରେ ରାଶି ନକ୍ଷତ୍ର ଅନୁଯାୟୀ […]

Akshitrutiya

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 07:49 PM IST

ବଲାଙ୍ଗିର(ସସ୍ମିତା ସାହୁ): ଧୋଧୋ ଖରାରେ ଦେହ ଓ ମୁହଁ ଜଳିଯାଉଛି। ଏହି ଖରାକୁ ଖାତିର ନକରି ଚାଷୀ ରୀତିନୀତି ଅନୁଯାୟୀ ଧରଣୀ ମାଆକୁ ପୂଜା କରିଛି। ଅକ୍ଷୟ ତୃତୀୟାରେ ଆଜି ଅଖିମୁଠି ଅନୁକୂଳ କରିଛି ଚାଷୀ। ଏଥିରୁ ବାଦ ପଡ଼ିନି କୃଷି ଭିତ୍ତିକ ଜିଲ୍ଲା ବଲାଙ୍ଗିର।

ଗତକାଲି ଡେଙ୍ଗୁରା ପିଟି ଅଖିତୃତୀୟା ପାଇଁ ନିମନ୍ତ୍ରଣ କରିଥିଲେ ଡିଙ୍ଗରାବାଲା। ଆଉ ଆଜି ସକାଳେ ବଲାଙ୍ଗିର ଉପକଣ୍ଠ ବରକାନୀ ଗାଁରେ ବିହନ ପୂଜା କରାଯାଇଥିଲା। ପରେ ରାଶି ନକ୍ଷତ୍ର ଅନୁଯାୟୀ ଲଗ୍ନନିର୍ଦ୍ଧାରଣ କଲେ ପଣ୍ଡିତ। ତା’ପରେ ଭଜନ କିର୍ତ୍ତନରେ ଶୋଭାଯାତ୍ରାରେ ବାହାରିଥିଲା ଚାଷୀ ପୁଅ। ବିଲରେ ପହଞ୍ଚି ରୀତିନୀତି ଅନୁଯାୟୀ ନିଜର ଇଷ୍ଟଦେବୀଙ୍କୁ ପୂଜା କରିଥିଲେ ଗାଁର ଝାଙ୍କର। ମାଆ, ମାଟି ଓ ଧରଣୀକୁ କ୍ଷୀର ଚାଉଳ ଦେଇ ପୂଜା କଳା ପରେ ଅଖି ମୁଠି ଅନୁକୂଳ କରାଯାଇଥିଲା। ଆଉ ଧରଣୀକୁ ଗୁହାରୀ କରିଥିଲା, ଏସନ୍‌ ଭଳ ବର୍ଷା ହେଉ ଓ ଭଳ ଫସଳ ଅମଳ ହେଉ।

Related story