ବଡ଼ ବର୍ଷା: ଜିଲ୍ଲାପାଳଙ୍କୁ ସତର୍କ କଲା ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଡ଼ଧରଣର ବର୍ଷା ଆଶଙ୍କା ଥିବାରୁ ସହରାଂଚଳଗୁଡ଼ିକରେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ପୌରାଂଚଳକୁ ପୂର୍ବରୁ ପଠାଯାଇଥିବା ୧୯ଟି ନିର୍ଦ୍ଦେଶନାମାକୁ ପାଳନ ପାଇଁ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥାନନ୍ କହିଛନ୍ତି। ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ସେ କହିଛନ୍ତି ଯେ, ସହରାଂଚଳରେ ବନ୍ୟା ଭଳି ସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ କଣ୍ଟ୍ରୋଲରୁମ୍ ପ୍ରତିଷ୍ଠା ସହିତ ସେଠାରେ ଜଣେ ନୋଡାଲ […]

Rain

Rain

Ordigital Desk
  • Published: Thursday, 10 June 2021
  • Updated: 10 June 2021, 10:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଡ଼ଧରଣର ବର୍ଷା ଆଶଙ୍କା ଥିବାରୁ ସହରାଂଚଳଗୁଡ଼ିକରେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ପୌରାଂଚଳକୁ ପୂର୍ବରୁ ପଠାଯାଇଥିବା ୧୯ଟି ନିର୍ଦ୍ଦେଶନାମାକୁ ପାଳନ ପାଇଁ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥାନନ୍ କହିଛନ୍ତି।

ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ସେ କହିଛନ୍ତି ଯେ, ସହରାଂଚଳରେ ବନ୍ୟା ଭଳି ସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ କଣ୍ଟ୍ରୋଲରୁମ୍ ପ୍ରତିଷ୍ଠା ସହିତ ସେଠାରେ ଜଣେ ନୋଡାଲ ଅଫିସରଙ୍କୁ ମୁତୟନ କରିବେ। ଏହି କଣ୍ଟ୍ରୋଲ ରୁମ୍ ୨୪ଘଣ୍ଟା କାର୍ଯ୍ୟ କରିବା ସହିତ ସାଧାରଣ ଲୋଙ୍କ ଅଭିଯୋଗ ଗ୍ରହଣ କରିବ।

ସେହିଭଳି ବନ୍ୟା ସ୍ଥାନ ଚିହ୍ନଟ ସହିତ ଏହାର ପରିଚାଳନା ପାଇଁ ଟିମ୍ ଗଠନ କରିବା, ଡ୍ରେନ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ଜଳସମ୍ପଦ ବିଭାଗ ଓ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷାକରି ତୁରନ୍ତ ନିର୍ମାଣ କାର୍ଯ୍ୟ ସାରିବା, ଡ୍ରେନରୁ ଜାମ୍ ହଟାଇବା, ଡ୍ରେନ୍ ଉପରେ ଖାଲିଥିବା ସ୍ଥାନରେ ସ୍ଲାବ ପକାଇବା ଆଦି କାର୍ଯ୍ୟ କରିବା ଲାଗି କୁହାଯାଇଛି।

ସେହିପରି ଜଳବନ୍ଦୀ ଆଶଙ୍କା ଥିବା ସ୍ଥାନ ଚିହ୍ନଟ ସହିତ ଏଠାରୁ ଜବରଦଖଲ ହଟାଇବା, ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ର ସହାୟତା ନେବା, ସହରାଂଚଳରୁ କଠିନ ବର୍ଜ୍ୟବସ୍ତୁ ହଟାଇବା, ଜଳବନ୍ଦୀ ପରିଚାଳନା ପାଇଁ ପମ୍ପ, ଡିଜିସେଟ୍ ଓ ମାନବ ସମ୍ବଳ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ପଡୁଥିବା ଜାଳେଣି ଗଚ୍ଛିତ ରଖିବାକୁ ପ୍ରମୁଖ ସଚିବ ଶ୍ରୀ ମାଥିଭାଥାନନ୍ କହିଛନ୍ତି।

ତେବେ ବର୍ଷା ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ସହିତ ଯେଭଳି କୌଣସି ସହରାଂଚଳରେ ଜଳବନ୍ଦୀ କିମ୍ବା ବନ୍ୟା ଭଳି ସ୍ଥିତି ନଉପୁଜେ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos