ଅନର୍ସ ଫି ବୃଦ୍ଧି ପ୍ରତିବାଦରେ କଲେଜ ଗେଟ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ

Ordigital Desk
  • Published: Friday, 01 September 2017
  • , Updated: 01 September 2017, 06:04 PM IST
<p>ଆଳି (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ଆଳି ସ୍ଥିତ ଏସ୍&zwnj;.ଏନ୍&zwnj;. କଲେଜରେ ଅନର୍ସ ଫି&rsquo;କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଅନର୍ସ ଫି&rsquo; ବୃଦ୍ଧି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ ମୁଖ୍ୟ ଗେଟ୍&zwnj;ରେ ତାଲା ପକାଇ ଧାରଣା ଦେଇଛନ୍ତି।</p> <p>ଯୁକ୍ତତିନି ନାମଲେଖା ପରେ ଅନର୍ସ ପାଇଁ ଅଧିକ ୧୦୦୦ ଟଙ୍କା ପୈଇଠ କରିବାକୁ କଲେଜ କର୍ତ୍ତୃପକ୍ଷ ନୋଟିସ ଜାରି କରିଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ କଲେଜର ସମସ୍ତ କ୍ଳାସ ବନ୍ଦ କରିବା ସହ ଫ।ଟକରେ ତାଲା ପକାଇ ଧାରଣାରେ ବସିଛନ୍ତି।</p> <p>ଅନ୍ୟପକ୍ଷରେ କଲେଜ କର୍ତ୍ତୃପକ୍ଷ ଭିନ୍ନ ମତ ପୋଷଣ କରିଛନ୍ତି। କଲେଜ ଅଧ୍ୟକ୍ଷ ବୈକୁଣ୍ଠନାଥ ପରିଡା କହିଛନ୍ତି- &ldquo;ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବାରୁ କିଛି ଛାତ୍ର ଅଣ ଛାତ୍ରଙ୍କ ଦ୍ୱାରା ପରିଚାଳିତ ହୋଇ ଏପରି ଆନ୍ଦୋଳନ କରୁଛନ୍ତି।&rdquo;</p>

Related story