୧୦ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ କଟକଣାକୁ ଆହୁରି କଡ଼ା କଲେ ରାଜ୍ୟ ସରକାର। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେବ। ଏଥିରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ତେବେ ମେଡିକାଲ ଓ ନିର୍ସଂ କଲେଜ ଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି […]

odisha secretariat

Jitendra Garnayak
  • Published: Friday, 07 January 2022
  • , Updated: 07 January 2022, 09:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ କଟକଣାକୁ ଆହୁରି କଡ଼ା କଲେ ରାଜ୍ୟ ସରକାର। ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେବ। ଏଥିରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ତେବେ ମେଡିକାଲ ଓ ନିର୍ସଂ କଲେଜ ଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ନିର୍ଦ୍ଦେଶନାମା ଅନୁଯାୟୀ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ହେବା ସହିତ ହଷ୍ଟେଲ ଗୁଡ଼ିକ ମଧ୍ୟ ୧୦ ତାରିଖରୁ ବନ୍ଦ ରହିବ। କଲେଜ ଓ ବିଶ୍ୱବିଦ୍ୟାଳୟରେ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ରହିଲେ ବି ବି ଅନ୍‌ଲାଇନ୍ କ୍ଲାସ୍ ଜାରି ରହିବ। ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଡ୍ୟୁଟି କରିବେ। ଅର୍ଥାତ୍ ସେମାନେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବେ। କଲେଜ ଓ ବିଶ୍ୱବିଦ୍ୟାଳୟ ଅନ୍‌ଲାଇନ୍‌ ବା ଭର୍ଚୁଆଲ୍ କ୍ଲାସ୍ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ।

ଅନ୍ୟପକ୍ଷରେ ଏବେ ଚାଲିଥିବା ସମସ୍ତ ଅଫ୍‌ଲାଇନ୍ ପରୀକ୍ଷା ଗୁଡ଼ିକୁ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଚାଲି ପାରିବ ବୋଲି ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଗବେଷଣା କରୁଛନ୍ତି ସେମାନେ ଚାହିଁଲେ ହଷ୍ଟେଲରେ ରହିପାରିବେ। ତେବେ ଏଥିପାଇଁ ସେମାନଙ୍କୁ ସଂପୃକ୍ତ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଅଣ୍ଡରଟେକିଂ ଲେଖି ଦେବାକୁ ପଡ଼ିବ। ଏହି କ୍ଷେତ୍ରରେ ସଂପୃକ୍ତ ବିଭାଗ ସେମାନଙ୍କ ପାଇଁ ଏସ୍‌ଓପି ବା ଗାଇଡ୍‌ଲାଇନ୍ ଜାରି କରିବ।

ସେହିପରି ସମସ୍ତ କୋଚିଂ ସେଣ୍ଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଚିଂ ସେଣ୍ଟର ଗୁଡ଼ିକ ଅନ୍‌ଲାଇନ୍‌ରେ ପାଠ ପଢ଼ାଇବେ।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ସରକାର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ଗୁଡ଼ିକୁ ବନ୍ଦ ଘୋଷଣା କରିଥିଲେ। ତେବେ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିବ। ସେହିପରି ଦଶମ ଶ୍ରେଣୀ ପିଲାଙ୍କ ସମେଟିଭ୍-୧ ପରୀକ୍ଷାକୁ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଆସନ୍ତାକାଲି ସରିବ। ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ପ୍ରସ୍ତୁତ ହେଉଥିବା ରାଜ୍ୟ ସରକାର ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ।

Related story