ପଶ୍ଚିମ ଓଡ଼ିଶାର ସବୁ କରୋନା ନମୁନା ପରୀକ୍ଷା ବୁର୍ଲାରେ କରାଯାଉ: ପ୍ରଦୀପ୍ତ ନାଏକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ଅନ୍ୟ ୬ଟି ଜିଲ୍ଲାର କରୋନା ନମୂନା ପରୀକ୍ଷା ବୁର୍ଲାସ୍ଥିତ ଭିଏସଏସ୍ ମେଡିକାଲ କଲେଜରେ କରିବା ନିମନ୍ତେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି। ଶ୍ରୀ ନାଏକ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ କୋଭିଡ-୧୯ ନମୂନା ପରୀକ୍ଷା ପାଇଁ ରାଜ୍ୟରେ ଏବେ ୭ଟି ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ଜିଲ୍ଲାଗୁଡ଼ିକୁ ଭାଗ କରାଯାଇ ଏହି ୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା […]

pradeep-nayak

Manoranjan Sial
  • Published: Friday, 08 May 2020
  • , Updated: 08 May 2020, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ଅନ୍ୟ ୬ଟି ଜିଲ୍ଲାର କରୋନା ନମୂନା ପରୀକ୍ଷା ବୁର୍ଲାସ୍ଥିତ ଭିଏସଏସ୍ ମେଡିକାଲ କଲେଜରେ କରିବା ନିମନ୍ତେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି।

ଶ୍ରୀ ନାଏକ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ କୋଭିଡ-୧୯ ନମୂନା ପରୀକ୍ଷା ପାଇଁ ରାଜ୍ୟରେ ଏବେ ୭ଟି ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ଜିଲ୍ଲାଗୁଡ଼ିକୁ ଭାଗ କରାଯାଇ ଏହି ୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ୱାସ୍ଥ୍ୟସେବା ପାଇଁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଡାକ୍ତରଖାନା ବୁର୍ଲାସ୍ଥିତ ଭିଏସଏସ ମେଡିକାଲ କଲେଜରେ କରୋନା ଭୂତାଣୁ ଚିହ୍ନଟ ପରୀକ୍ଷା କେନ୍ଦ୍ର ଆରମ୍ଭ ହୋଇଛି। ଏହି ପରୀକ୍ଷା କେନ୍ଦ୍ରରେ କେବଳ ସମ୍ବଲପୁର ଜିଲ୍ଲାର ପରୀକ୍ଷା ହେଉଛି।

ଅନ୍ୟପକ୍ଷରେ ଭିଏସଏସ୍ ମେଡିକାଲ କଲେଜ ଉପରେ ନିର୍ଭରଶୀଳ ରହୁଥିବା ପଶ୍ଚିମଓଡ଼ିଶା ଜିଲ୍ଲାଗୁଡ଼ିକର କୋଭିଡ-୧୯ ନମୁନା ପରୀକ୍ଷା ଭୁବନେଶ୍ୱରସ୍ଥିତ ଆରଏମଆରସି, ଏମ୍ସ ଓ ଆଇଏଲଏସଠାରେ କରାଯାଉଥିବାରୁ ଏହି ପ୍ରକ୍ରିୟା ବିଳମ୍ବ ହେଉଛି। ବଲାଙ୍ଗିରଠାରେ ଅନ୍ୟ ଏକ କରୋନା ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ବଲାଙ୍ଗିର, ସୋନପୁର ଓ କଳାହାଣ୍ଡି ଜିଲ୍ଲାର ନମୁନା ପରୀକ୍ଷାଗୁଡ଼ିକ ମଧ୍ୟ ଭିଏସଏସ୍ ମେଡିକାଲରେ କରାଯିବା ଉଚିତ୍। ଏହି ସମସ୍ତ ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Related story