ଅକ୍ଟୋବରରେ ବି ଶନିବାର ବନ୍ଦ ରହିବ ସବୁ ସରକାରୀ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଅକ୍ଟୋବର ମାସର ସବୁ ଶନିବାର ବନ୍ଦ ରହିବ। ଏହାସହିତ ଭୁବନେଶ୍ୱର ଓ କଟକରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ଅଫିସରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅକ୍ଟୋବର ମାସରେ ସରକାରୀ ଅଫିସ୍ କିଭଳି ଚାଲିବ ସେ ନେଇ ଏକ ଗାଇଡଲାଇନ୍ ଜାରି ହୋଇଛି। ଏହି ଗାଇଡଲାଇନ୍ […]

social distance office

social distance office

Manoranjan Sial
  • Published: Wednesday, 30 September 2020
  • Updated: 30 September 2020, 07:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଅକ୍ଟୋବର ମାସର ସବୁ ଶନିବାର ବନ୍ଦ ରହିବ। ଏହାସହିତ ଭୁବନେଶ୍ୱର ଓ କଟକରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ଅଫିସରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅକ୍ଟୋବର ମାସରେ ସରକାରୀ ଅଫିସ୍ କିଭଳି ଚାଲିବ ସେ ନେଇ ଏକ ଗାଇଡଲାଇନ୍ ଜାରି ହୋଇଛି। ଏହି ଗାଇଡଲାଇନ୍ ଅନୁସାରେ ଭୁବନେଶ୍ୱର ଓ କଟକରେ ଥିବା ବିଭାଗୀୟ ଦପ୍ତର ଓ ମୁଖ୍ୟ ଅଫିସରେ ପ୍ରଥମ ଶ୍ରେଣୀ ବର୍ଗର ଅଫିସରଙ୍କୁ ମିଶାଇ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ଅଫିସ୍ କାର୍ଯ୍ୟ ଯେଭଳି ପ୍ରଭାବିତ ନହେବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଫିସକୁ କେଉଁ କର୍ମଚାରୀ ଆସିବେ ତାହା ବିଭାଗୀୟ ମୁଖ୍ୟ ବା ସଚିବ ନିର୍ଦ୍ଧାରଣ କରିବେ। ତେବେ ଓସଡମା, ଏସଆରସି ଅଫିସ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସପାଲ ସେବା ଆଦି ଯୋଗାଉଥିବା ଅଫିସଗୁଡ଼ିକର ଶତପ୍ରତିଶତ କର୍ମଚାରୀଙ୍କୁ ଆସିବାକୁ ପଡ଼ିବ। ଏହାବ୍ୟତୀତ ବିଧାନସଭା ଅଧିବେଶନ ଚାଲିଥିବା ପର୍ଯ୍ୟନ୍ତ ଏହା ସହ ଜଡ଼ିତ ସରକାରୀ ଅଫିସର ଓ କର୍ମଚାରୀମାନେ ଅଫିସ୍ ଆସିବେ।

କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ୨୦୨୦ ଜୁନ୍ ୮ତାରିଖରେ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସେହିପରି ଯଦି ଅଫିସରେ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେଉଛି ତା’ହେଲେ ଜୁଲାଇ ୨୩ତାରିଖରେ ଜାରି ପ୍ରୋଟୋକଲକୁ ପାଳନ କରିବାକୁ କୁହାଯାଇଛି।

ଯେଉଁ କର୍ମଚାରୀ ଓ ଅଫିସରମାନଙ୍କୁ ଭିପିଏନ୍ ସୁବିଧା ଦିଆଯାଇଛି, ସେମାନେ ନିଜର ରୋଷ୍ଟର ଡ୍ୟୁଟି ନଥିବାବେଳେ ଘରେ ରହି କାମ କରିବେ। ଜରୁରୀ ପଡ଼ିଲେ ସେମାନେ ସ୍ପଳ୍ପ ନୋଟିସ ଅବା ଟେଲିଫୋନ୍ ଖବର ପାଇଁ ଅଫିସ୍ ଆସିବାକୁ ବାଧ୍ୟ।
ନିଜର ଅଧସ୍ତନ ଅଫିସ୍ ଓ କ୍ଷେତ୍ରୀୟ ଅଫିସଗୁଡ଼ିକ କିଭଳି ଚାଲିବ ତାହା ସେମାନଙ୍କର ପ୍ରଶାସନିକ ବିଭାଗ ସ୍ଥିର କରିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story