୧୮ରୁ ୪୪ବର୍ଷ ବୟସର ସ୍ୱାସ୍ଥ୍ୟକର୍ମୀ ଓ ପୌର ସଂସ୍ଥାର ସବୁ କର୍ମଚାରୀ ନେବେ କୋଭିଡ୍ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୮ରୁ ୪୪ବର୍ଷ ବୟସର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତିମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ କୋଭିଡ୍ ଟିକା ପ୍ରଦାନ କରାଯିବ। ଗତକାଲି କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶ ଦେବାପରେ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇଛନ୍ତି। ଏହାସହିତ ନିର୍ବାଚନ କାର୍ଯ୍ୟରେ ସମାିଲ ଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ଟିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ […]

Vaccinated

Vaccinated

Ordigital Desk
  • Published: Tuesday, 06 April 2021
  • Updated: 06 April 2021, 09:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୮ରୁ ୪୪ବର୍ଷ ବୟସର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତିମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ କୋଭିଡ୍ ଟିକା ପ୍ରଦାନ କରାଯିବ। ଗତକାଲି କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶ ଦେବାପରେ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇଛନ୍ତି। ଏହାସହିତ ନିର୍ବାଚନ କାର୍ଯ୍ୟରେ ସମାିଲ ଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ଟିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ବିଭାଗ ସହ ଜଡ଼ିତ ଥିବା ୧୮ରୁ ୪୪ବର୍ଷ ବୟସର ସମସ୍ତ ବ୍ୟକ୍ତିଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବ। ତେବେ ଏହି ଟିକା କେବଳ ସରକାରୀ ହସ୍ପିଟାଲରେ ପ୍ରଦାନ କରାଯିବ। ଏଥିପାଇଁ ଅନଲାଇନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପଞ୍ଜିକୃତ ହେବାକୁ ପଡ଼ିବ। ନିଜର ଫଟୋ ପରିଚୟ ପତ୍ର, ଯେଉଁଠି ଚାକିରି କରିଥିବେ ତା’ର ପ୍ରମାଣପତ୍ର ଦେବାକୁ ପଡ଼ିବ। ଏହା ସହିତ ଟିକାକରଣ ପାଇଁ ପଞ୍ଜିକରଣ ପୂର୍ବରୁ କୋୱିନ୍ ସିଷ୍ଟମରେ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଅବା ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀଙ୍କ ନିଯୁକ୍ତି ପ୍ରମାଣପତ୍ରକୁ ଯାଂଚ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଯେଉଁ କର୍ମଚାରୀମାନେ ବାକି ରହିଯାଇଛନ୍ତି ସେମାନଙ୍କୁ ମଧ୍ୟ ଟିକା ଦେବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶ ଅନୁସାରେ, ସ୍ୱାସ୍ଥ୍ୟ କର୍ମୀ ବର୍ଗରେ ସମସ୍ତ ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମଚାରୀ ଓ ଆଇସିଡିଏସ୍ କର୍ମୀ(ଅଙ୍ଗନବାଡ଼ି), ନର୍ସ ଓ ସୁପରଭାଇଜର, ମେଡିକାଲ ଅଫିସର, ପାରାମେଡିକାଲ ଷ୍ଟାଫ, ସହାୟକ କର୍ମଚାରୀ, ଛାତ୍ରଛାତ୍ରୀ, ସାଇଣ୍ଟିଷ୍ଟ ଓ ରିସର୍ଚ୍ଚ ଷ୍ଟାଫ, କ୍ଲର୍କ ଓ ପ୍ରଶାସନିକ କର୍ମଚାରୀ, ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ, ଯାହାଙ୍କ ବୟସ ୧୮ରୁ ୪୪ବର୍ଷ ମଧ୍ୟରେ ହୋଇଥିବ ସେମାନେ ଏହି ଟିକା ନେବାକୁ ଯୋଗ୍ୟ।

ସେହିପରି ୧୮ରୁ ୪୪ବର୍ଷ ବୟସର ସମସ୍ତ ଫ୍ରଣ୍ଟଲାଇନ୍ ୱାର୍କର ବା ଆଗଧାଡ଼ିର କର୍ମଚାରୀମାନେ ମଧ୍ୟ ଏହି ଟିକା ନେବେ। ଏହି ବର୍ଗରେ ମ୍ୟୁନିସପାଲଟି, ପୌର ସଂସ୍ଥ ଓ ଏନଏସିରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯିବ। ଯେଉଁମାନେ ବି ବିଶେଷ ଭାବେ ସହରର ଜନସ୍ୱାସ୍ଥ୍ୟ, ପରିଷ୍କାର-ପରିଚ୍ଛନ୍ନତା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ନିୟୋଜିତ ଅଛନ୍ତି ସେହି କର୍ମଚାରୀଙ୍କୁ ଟିକା ଦେବାକୁ କୁହାଯାଇଛି।

ଫ୍ରଣ୍ଟଲାଇନ୍ ୱାର୍କର ବର୍ଗରେ ଅଳିଆ ସଂଗ୍ରହ କରୁଥିବା ସୁଇପରଙ୍କ ସମେତ ପୌର ସଂସ୍ଥାର ଇଞ୍ଜିନିୟର, ରାଜସ୍ୱ ଓ ଅନ୍ୟ ବିଭାଗର କର୍ମଚାରୀ, ପୌର ସଂସ୍ଥାରେ ଚାକିରି କରିଥିବା ଡ୍ରାଇଭର, ସରକାରୀ ସିଟି ବସ୍ ଡ୍ରାଇଭର, କଣ୍ଡକ୍ଟର, ପାଣି ଟାଙ୍କର ଚାଳକ, ଶଶ୍ମାନ ଦାୟିତ୍ୱରେ ଥିବା କର୍ମଚାରୀ, ପୌର ସଂସ୍ଥାର ମେଣ୍ଟେନାନ୍ସ କର୍ମଚାରୀ ଓ ଅନ୍ୟ ପ୍ରଶାସନିକ କର୍ମଚାରୀମାନଙ୍କ ବୟସ ଯଦି ୧୮ରୁ ୪୪ବର୍ଷ ବୟସ ମଧ୍ୟରେ ହୋଇଥିବ ସେମାନେ ବି ଅନଲାଇନ୍ ପଞ୍ଜିକରଣ କରି ସରକାରୀ ମେଡିକାଲରେ କୋଭିଡ୍ ଟିକା ନେଇପାରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story