କେନ୍ଦୁଝର(ପ୍ରଣୟ ପାଣି): ଲକ୍ଡାଉନ୍ ବେଳେ ଚାଷ କାମ ସହ ଜଡ଼ିତ ସମସ୍ତ ସେବାକୁ କଟକଣା ମୁକ୍ତ କରାଯାଇଛି। ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ଲ୍ୟାମ୍ପ୍ସ ଏବଂ ପ୍ୟାକ୍ସ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେନ୍ଦୁଝର ଜିଲ୍ଲାରେ ଦେଖାଦେଇଛି ବ୍ୟତିକ୍ରମ। ଜିଲ୍ଲାର ସମସ୍ତ ୪୪ଟି ଲ୍ୟାମ୍ପ୍ସ ଓ ପ୍ୟାକ୍ସ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି।
ଜଙ୍ଘିରା ଲ୍ୟାମ୍ପ ଅଧୀନ ପିଠାଗୋଳାର ଶାଖା ପରିଚାଳକ ମୋହନ ଚରଣ ସାହୁଙ୍କୁ ପୁଲିସ୍ ପିଟିବା ଅଭିଯୋଗରେ ଲ୍ୟାମ୍ପ୍ସ ଓ ପ୍ୟାକ୍ସ ସଂଘ ପକ୍ଷରୁ ନିଆଯାଇଛି ଏଭଳି ପଦକ୍ଷେପ। ଗତକାଲି ଠାରୁ ସଂଘ ସବୁ ଲ୍ୟାମ୍ପ୍ସରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଥିଲା। ଫଳସ୍ୱରୂପ ଆଜି ଜିଲ୍ଲାର ୪୪ଟି ଲ୍ୟାମ୍ପ୍ସ ଓ ପ୍ୟାକ୍ସ ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ବିହନ ପାଇଁ ଆସୁଥିବା ଚାଷୀ ନାହିଁ ନଥିବା ଅସୁବିଧା ଭୋଗୁଛି।
ଅଭିଯୋଗ ଅନୁଯାୟୀ, ପିଠାଗୋଳାର ଶାଖା ପରିଚାଳକ ମୋହନ ଚରଣ ସାହୁ ଅଫିସ ସାରି ବାହାରକୁ ବାହାରିବା ସମୟରେ ପଣ୍ଡାପଡ଼ା ପୁଲିସ ତାଙ୍କୁ ଲାଠିରେ ପିଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରାକ୍ ପାର ହେଉଥିଲେ ଆରପିଏଫ୍ କନଷ୍ଟେବଳ, ପିଟି ଦେଲା ଟ୍ରେନ୍
ସାମାନ୍ୟ ଅସାବଧାନତାରୁ ଘଟିଗଲା ବଡ଼ ଅଘଟଣ । ଷ୍ଟେସନରେ ମହିଳା ଆରପିଏଫ୍ କନଷ୍ଟେବଳଙ୍କୁ ଧକ୍କା ଦେଲା ଟ୍ରେନ୍ ।
Politics
ଝାରସୁଗୁଡ଼ାରେ ତେଜୁଛି ରାଜନୀତି; କିରିମିରାରେ ହୋଇ ପାରିଲାନି ଅନାସ୍ଥା ଭୋଟିଂ
ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ପଲଟିକାଲ ହାଇଡ୍ରାମା ଅଧିକ ରୋଚକ ମୋଡ଼ ନେଇଛି। ବହୁ ଚେଷ୍ଟା ପରେ ବି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ହୋଇ ପାରିନି।
Politics
‘ସୁଭଦ୍ରା ପୋର୍ଟାଲରେ OPT OUT ହୋଇଥିଲେ ପୁଣି କରିହେବ Log In’
OPT OUT ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାରଲେ ପୁଣି ଥରେ ଲଗ୍ ଇନ ସହ ଅପ୍ଟ ଇନର ବ୍ୟବସ୍ଥା କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
Accident
ତେଲେଙ୍ଗାନାରେ ଟ୍ରକ୍କୁ ପିଟିଲା ବସ୍, ୪ ଓଡ଼ିଆ ମୃତ
ଏକ ଟ୍ରକ୍ ପଛରେ ଏକ ବସ୍ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।
Accident
ଏସକେ ମାର୍ଟରେ ଲାଗିଲା ନିଆଁ, ଆଖି ପିଛୁଳାକେ ସବୁ ଜଳିଗଲା
ରାୟଗଡ଼ା ଏସକେ ମାର୍ଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା । କନଭେଣ୍ଟ ସ୍କୁଲ ଛକରେ ଥିବା ୪ ମହଲା ବିଶିଷ୍ଟ ଏସକେ ମାର୍ଟରେ ନିଆଁ ଲାଗିଛି ।