୧୭ରୁ ସବୁ ବିଶ୍ୱବିଦ୍ୟାଳୟକୁ ଯିବେ ଅଧ୍ୟାପକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବିଶ୍ୱବିଦ୍ୟାଳୟ ଓ କଲେଜକୁ ଯିବେ ଅଧ୍ୟାପକ। ଚଳିସ ମାସ ୧୭ ତାରିଖରୁ ସବୁ ଅଧ୍ୟାପକ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଡ୍ୟୁଟି କରିବାକୁ ଯିବେ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାରଙ୍କ ଅଧୀନସ୍ଥ ବିଶ୍ୱବିଦ୍ୟାଳୟ, ସରକାର ଓ ବେସରକାରୀ କଲେଜ୍ ଷ୍ଟାଫଙ୍କୁ ମଧ୍ୟ ଡ୍ୟୁଟିରେ ଯୋଗ ଦେବାକୁ […]

univers

Ranjit Kumar Jena
  • Published: Friday, 12 June 2020
  • , Updated: 12 June 2020, 08:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବିଶ୍ୱବିଦ୍ୟାଳୟ ଓ କଲେଜକୁ ଯିବେ ଅଧ୍ୟାପକ। ଚଳିସ ମାସ ୧୭ ତାରିଖରୁ ସବୁ ଅଧ୍ୟାପକ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଡ୍ୟୁଟି କରିବାକୁ ଯିବେ।

ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାରଙ୍କ ଅଧୀନସ୍ଥ ବିଶ୍ୱବିଦ୍ୟାଳୟ, ସରକାର ଓ ବେସରକାରୀ କଲେଜ୍ ଷ୍ଟାଫଙ୍କୁ ମଧ୍ୟ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ତା' ଛଡ଼ା ସବୁ ଶିକ୍ଷକ, ଅଣଶିକ୍ଷକ ଓ କର୍ମଚାରୀଙ୍କୁ ଡ୍ୟୁଟିରେ ଯୋଗ ଦେବାକୁ କୁହାଯାଇଛି। କରୋନା ଲକଡାଉନ୍ କଟକଣା ପରେ କଲେଜ୍ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ପ୍ରକାଶଥାଉକି, ଜୁଲାଇ ୩୧ ତାରିଖ ଯାଏ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।

Related story