- Videos
- Odisha
- ଶନିବାର ଗଞ୍ଜାମ ଜିଲ୍ଲାର ସମସ୍ତ ଔଷଧ ଦୋକାନରେ ଝୁଲିବ ତାଲା
ଶନିବାର ଗଞ୍ଜାମ ଜିଲ୍ଲାର ସମସ୍ତ ଔଷଧ ଦୋକାନରେ ଝୁଲିବ ତାଲା
- Published: Friday, 12 January 2018
- , Updated: 12 January 2018, 10:23 AM IST
<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ପରିସରରେ ୩ଟି ଔଷଧ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍‌ କରିବା ଘଟଣାର ପ୍ରତିବାଦ କରାଯାଇଛି। ବିନା କାରଣରେ ପ୍ରଶାସନ ପକ୍ଷରୁ ଔଷଧ ଦୋକାନଗୁଡ଼ିକୁ ବନ୍ଦ କରାଯାଇଥିବା ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସମସ୍ତ ଔଷଧ ଦୋକାନ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି ।</p>
<p>ଅନ୍ୟପକ୍ଷରେ ବିବାଦର ସମାଧାନ ନେଇ ଆଜି ସଂଘର କିଛି ପ୍ରତିନିଧି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଶାସନ ପକ୍ଷରୁ ଏମ୍‌କେସିଜି ମେଡିକାଲ ପରିସରରେ ଥିବା ଔଷଧ ଦୋକାନ ଗୁଡ଼ିକୁ କାହିଁକି ସିଲ୍ କରାଗଲା ସେ ନେଇ ଆଲୋଚନା କରାଯିବ। ନିରାମୟ ଯୋଜନାରେ ସମସ୍ତ ଔଷଧ ଉପଲବ୍ଧ ହେଉନଥିବାରୁ ହସପିଟାଲ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଔଷଧ କିଣି ନପାରି ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି।</p>
<p>ଗତ ବୁଧବାର ରାତିରେ ବ୍ରହ୍ମପୁର ଅତିରିକ୍ତ ତହସିଲଦାର ଓ ଡ୍ରଗ୍ ଇନ୍ସପେକ୍ଟର ଅଚାନକ ଔଷଧ ଦୋକାନଗୁ ଡ଼ିକରେ ଚଢ଼ାଉ କରି ଔଷଧ ଓ ରେକର୍ଡପତ୍ର ଯାଞ୍ଚ କରିଥିଲେ। ଏହାପରେ ଦୋକାନ ଗୁଡ଼ିକୁ ସିଲ୍ କରି ଦେଇଥିଲେ।</p>