ବାତ୍ୟା ମୁକାବିଲା ପ୍ରସ୍ତୁତି: ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପ୍ରଶାସନକୁ ସହଯୋଗ ପାଇଁ କଲେ ଅନୁରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍‌’ ଏବେ ପାରାଦୀପଠୁ ମାତ୍ର ୨୦୦କିମି ଦୂରରେ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦ୍ୱାରା ବାତ୍ୟାର ମୁକାବିଲା ପାଇଁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ଜିରୋ କାଜୁଆଲିଟି ହେଉଛି ସରକାରଙ୍କ ନୀତି ବୋଲି କହିବା ସହ ପ୍ରଶାସନକୁ ମଧ୍ୟ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଆଜି ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ […]

Naveen-patnaik

Naveen-patnaik

Ordigital Desk
  • Published: Tuesday, 25 May 2021
  • Updated: 25 May 2021, 08:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍‌’ ଏବେ ପାରାଦୀପଠୁ ମାତ୍ର ୨୦୦କିମି ଦୂରରେ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦ୍ୱାରା ବାତ୍ୟାର ମୁକାବିଲା ପାଇଁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ଜିରୋ କାଜୁଆଲିଟି ହେଉଛି ସରକାରଙ୍କ ନୀତି ବୋଲି କହିବା ସହ ପ୍ରଶାସନକୁ ମଧ୍ୟ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ଆଜି ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଏସଆରସି ପ୍ରଦୀପ କୁମାର ଜେନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଶ୍ରୀ ଜେନା କହିଥିଲେ ଯେ, ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଅଧିକ ପ୍ରଭାବିତ କରିବ। ଏହି ବାତ୍ୟା ସମୁଦ୍ରରୁ ୨୬ ତାରିଖ ଭୋର ସମୟରେ ବାହାନଗା, ବାସୁଦେବପୁର ବ୍ଲକ ଦେଇ ସ୍ଥଳଭାଗ ଛୁଇଁବ, ଯାହାକି ପରବର୍ତ୍ତୀ ସମୟରେ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ରାତି ପ୍ରାୟ ୮-୯ଟା ସୁଦ୍ଧା ଝାଡ଼ଖଣ୍ଡକୁ ପଳାଇବ। ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ଗତି ୧୫୦-୧୫୫କିମି ପର୍ଯ୍ୟନ୍ତ ରହିବ।

ବାତ୍ୟାର ପ୍ରଭାବରେ ଆଜି ୪ଟି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ସର୍ବାଧିକ ୧୧୦-୧୨୦ମିମି ବର୍ଷା ହୋଇଛି । ଆଜି ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ସମସ୍ତ ତଳିଆ ଅଂଚଳ ଓ ଜୁଆର ମାଡ଼ିବାର ସମ୍ଭାବନା ଥିବା ଅଂଚଳରୁ ପ୍ରତ୍ୟେକଟି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସନ୍ଧ୍ୟାସୁଦ୍ଧା ଏହି କାର୍ଯ୍ୟ ସରିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି । ବିଶେଷକରି ପିଇବା ପାଣି ଅତିକମରେ ୩-୪ଦିନ ସାଇତି ରଖିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଥିବାବେଳେ ପାନୀୟ ଜଳ ବିଭାଗ ପକ୍ଷରୁ ୩୫୬ଟି ଗାଡ଼ି, ୨୭୦ଟି ମୋବାଇଲ ଟ୍ୟାଙ୍କର, ୧୭୮୬ଟି ପିଭିସି ଟ୍ୟାଙ୍କ ପ୍ରସ୍ତୁତ ରଖାଯାଇଛି । ଏହାସହିତ ୭୧୦ଟି ଜେନେରେଟର ସେଟ୍ ମଧ୍ୟ ପ୍ରଭାବିତ ଆଶଙ୍କା ଥିବା ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ବାତ୍ୟା ପୂର୍ବରୁ ଓଭରହେଡ୍ ଟାଙ୍କିରେ ପାଣି ଭର୍ତ୍ତି ରଖାଯାଇଛି ।
ସେହିପରି ଶକ୍ତି ବିଭାଗ ପକ୍ଷରୁ ଏବେସୁଦ୍ଧା ୧୦ହଜାରରୁ ଅଫିସର ଓ କର୍ମଚାରୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇସାରିଛନ୍ତି । ସେମାନେ ୨୪ହଜାର ବିଦ୍ୟୁତ ଖୁଣ୍ଟ, ୩ହଜାର କିମି ତାର ଓ ୧୨୦୦ଟି ଟ୍ରାନ୍ସଫରମରକୁ ଜିଲ୍ଲାଗୁଡ଼ିକୁ ପଠାଇ ସାରିଛନ୍ତି । ଶକ୍ତିମନ୍ତ୍ରୀ ନିଜେ ବାଲେଶ୍ୱରରେ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି ।

ସେହିପରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ନିମନ୍ତେ ୫୨ଟି ଏନଡିଆରଏଫ ଟିମ୍‌, ୬୦ଟି ଓଡ୍ରାଫ ଟିମ, ୨୦୬ଟି ଫାୟାର ଟିମ୍ ,୮୬ଟି ଗଛକଟା ଟିମ୍ ଏଭଳି ପ୍ରାୟ ୪ହଜାର ପ୍ରଶିକ୍ଷିତ କର୍ମଙ୍କୁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାକୁ ପଠାଯାଇଛି । ସେମାନଙ୍କୁ ସହଯୋଗ ପାଇଁ ଓଏଏସପି ଯବାନଙ୍କୁ ମଧ୍ୟ ମୁତୟନ କରାଯାଉଛି । ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ଜଳସମ୍ପଦ ବିଭାଗର ଯନ୍ତ୍ରୀ ଓ କର୍ମଚାରୀମାନେ ମଧ୍ୟ ମୁତୟନ ହୋଇଛନ୍ତି । ବାତ୍ୟା ପ୍ରଭାବ ନଥିବା ଜିଲ୍ଲାଗୁଡ଼ିକରୁ ଏବେ ଆସକା ଲାଇଟ୍ ଅଣାଯାଇ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ପଠାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ କୋଭିଡ୍ ହସ୍ପିଟାଲ ଓ ଅନ୍ୟ ହସ୍ପିଟାଲଗୁଡ଼ିକର ଅସଜଡ଼ା ଝରକା ଅବା କବାଟ ଭାଙ୍ଗିଥିବା ସ୍ଥାନଗୁଡ଼ିକୁ ପ୍ଲାଏରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍ ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି ।

ଆସନ୍ତା ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ସନ୍ତାନ ଜନ୍ମ କରିବାକୁ ଥିବା ୪୫୦୦ ମହିଳାଙ୍କୁ ଚିହ୍ନଟ କରାଯାଇ ପ୍ରାୟ ୧ହଜାର ମହିଳାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ଆଜି ୪୦୦ଜଣ ସନ୍ତାନ ଜନ୍ମ କରିସାରିଛନ୍ତି । ସ୍ଥାନାନ୍ତରବେଳେ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଲୋକଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲାପାଳମାନଙ୍କୁ ଏନେଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ୬୮୦୦ ବାତ୍ୟା ଆଶ୍ରୟସ୍ଥଳୀ ରହିଛି, ସେଠାରେ ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କୁ ସୁରକ୍ଷିତ ଭାବେ ରଖାଯାଉଛି । ଆଶ୍ରୟସ୍ଥଳୀରେ ଲୋକଙ୍କ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା ହୋଇଛି । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟାର ପ୍ରଭାବ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଂଚଳରେ ଅଧିକ ରହିବାର ଥିବାରୁ ପ୍ରଶାସନ ଏବେ ସେଠାରେ ଅଧିକ ଫୋକସ୍ କରୁଛି ବୋଲି ଶ୍ରୀ ଜେନା କହିଛନ୍ତି ।

ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସମସ୍ତ ଆଗୁଆ ପଦକ୍ଷେପ ନିଆଯାଇଛି । ତେବେ ଏହାକୁ ନିୟମିତ ଭାବେ ସମୀକ୍ଷା କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ । ଜିରୋ କାଜୁଆଲଟି ହେଉଛି ଆମ ସରକାରଙ୍କ ନୀତି। ପ୍ରଶାସନକୁ ମଧ୍ୟ ତା’ କାମରେ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story