କଲେଜ ଆସିବେ ସବୁ ଅଧ୍ୟାପକ, କିନ୍ତୁ ପାଠପଢ଼ା ହେବ ଅନଲାଇନରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଫେବୃୟାରୀ ମାସ ପାଇଁ ରାଜ୍ୟ ସରକାର କୋଭିଡ୍ ନିୟମକୁ କୋହଳ କରିବା ପରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଶତପ୍ରତିଶତ କର୍ମଚାରୀ ଓ ଅଧ୍ୟାପକଙ୍କ ଉପସ୍ଥାନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଜାରି କରିଛି। ତେବେ ଏବେ କଲେଜ ଓ ବିଶ୍ୱବିଦ୍ୟାଳୟରେ କେବଳ ଅନଲାଇନରେ ପାଠପଢ଼ା କରିବାକୁ କହିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଆଜି ଉଚ୍ଚଶିକ୍ଷା […]

BJB College

Ordigital Desk
  • Published: Tuesday, 01 February 2022
  • , Updated: 03 February 2022, 12:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଫେବୃୟାରୀ ମାସ ପାଇଁ ରାଜ୍ୟ ସରକାର କୋଭିଡ୍ ନିୟମକୁ କୋହଳ କରିବା ପରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଶତପ୍ରତିଶତ କର୍ମଚାରୀ ଓ ଅଧ୍ୟାପକଙ୍କ ଉପସ୍ଥାନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଜାରି କରିଛି। ତେବେ ଏବେ କଲେଜ ଓ ବିଶ୍ୱବିଦ୍ୟାଳୟରେ କେବଳ ଅନଲାଇନରେ ପାଠପଢ଼ା କରିବାକୁ କହିଛନ୍ତି।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଆଜି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ସବୁ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ଫେବୃୟାରୀ ୧ରୁ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରି ଶତପ୍ରତିଶତ କର୍ମଚାରୀ ଓ ଅଧ୍ୟାପକଙ୍କୁ ନେଇ କଲେଜ ଓ ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧ୍ୟାପକମାନେ ନିଜ ନିଜ ଶିକ୍ଷାନୁଷ୍ଠାନରୁ ଅନଲାଇନରେ ନିଶ୍ଚିତ କ୍ଲାସ କରାଇବେ। ପରୋକ୍ଷରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଫଲାଇନରେ କ୍ଲାସ କରିବାକୁ ସରକାର ଅନୁମତି ଦେଇନାହାନ୍ତି। ଏହାସହିତ ଏ ସଂକ୍ରାନ୍ତରେ ପୂର୍ବରୁ ଜାରି ହୋଇଥିବା ସମସ୍ତ ନିର୍ଦ୍ଦେଶ ପରିବର୍ତ୍ତେ ଏହି ସଂଶୋଧିତ ନିର୍ଦ୍ଦେଶକୁ ପାଳନ କରିବା ନିମନ୍ତେ ଶ୍ରୀ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଜାନୁୟାରୀ ମାସରେ ସମସ୍ତ ଶିକ୍ଷାନୁଷ୍ଠାନରେ ଅଫଲାଇନ ପାଠପଢ଼ା ବନ୍ଦ କରିବା ସହ କଲେଜଗୁଡ଼ିକର ହଷ୍ଟେଲ ମଧ୍ୟ ବନ୍ଦ କରିଦେଇଥିଲେ।

Related story