ଆଜି କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ୍‌ ବନ୍ଦ

କନ୍ଧମାଳ( ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲାର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ବେହାଲ ହୋଇପଡ଼ିଛି। କେଉଁଠି ରାସ୍ତାରେ ଜଳ ପ୍ରବାହିତ ହେଉଛି ତ କେଉଁଠି ପୋଲ ଭାଙ୍ଗି ଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ଘୋଷଣା କରାଯାଇଛି।

school-students

Jyoshna Pradhan
  • Published: Friday, 06 September 2019
  • , Updated: 06 September 2019, 09:25 AM IST

କନ୍ଧମାଳ( ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲାର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ବେହାଲ ହୋଇପଡ଼ିଛି। କେଉଁଠି ରାସ୍ତାରେ ଜଳ ପ୍ରବାହିତ ହେଉଛି ତ କେଉଁଠି ପୋଲ ଭାଙ୍ଗି ଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ଘୋଷଣା କରାଯାଇଛି।

Related story