ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଗଞ୍ଜାମରୁ ନେଇଛି ୨୩୦ ଜୀବନ। ତେବେ ଜିଲ୍ଲା ପ୍ରଶାସନର ତୁରିତ ପଦକ୍ଷେପ ଯୋଗୁ କରୋନାକୁ ଆୟତ୍ତ କରାଯାଇପାରିଛି। ଏବେ କରୋନାର ଦ୍ୱିତୀୟ ପ୍ରବାହକୁ ନେଇ ଚିନ୍ତାରେ ପ୍ରଶାସନ। ଏହାର ମୁକାବିଲା ପାଇଁ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ କରୋନାର ଦ୍ୱିତୀୟ ପ୍ରବାହ ରୋକାବାକୁ ନେଇ ଅଲୋଚନା କରାଯାଇଛି। ତେବେ ସ୍ଥିତିକୁ ଦେଇ ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ପହିଲା ଯାଏଁ ବନ୍ଦ ରହିବ ସମସ୍ତ ମନ୍ଦିର। ଆଗକୁ ନୂଆବର୍ଷ ଆସୁଥିବାରୁ ପିକ୍ନିକ୍ ସ୍ପଟ ଗୁଡ଼ିକ ଲାଗି ମଧ୍ୟ ଗାଇଡ୍ ଲାଇନ ଜାରି କରାଯାଇଛି। ପିକ୍ନିକ୍ ସ୍ପଟରେ ବଣଭୋଜି ଓ ମ୍ୟୁଜିକ ବଜାଇବା ମନା କରାଯାଇଛି।
ଏହାଛଡ଼ା ଜିଲ୍ଲାର ସରକାରୀ ଅଧିକାରୀଙ୍କ ଲାଗି ମଧ୍ୟ ଜାରି ହୋଇଛି ନିର୍ଦ୍ଦେଶାବଳୀ। ସରକାରୀ ଅଧିକାରୀ ୫୦% ଅଫିସ୍ରେ ରହିବେ। ବାକି କର୍ମଚାରୀ କ୍ଷେତ୍ର ପରିଦର୍ଶନ କରିବେ। ୩ ମାସ ଲାଗି ସବୁ ଗାଁରେ ଆରମ୍ଭ ହେବ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ। ଗାଁ ଲୋକେ ସେଇଠି ପ୍ରମାଣପତ୍ର, ରାଜସ୍ୱ ଆଦାୟ ଓ ମ୍ୟୁଟେସନ ସୁବିଧା ପାଇବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।