ରାଜ୍ୟର ସବୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ସରକାର ଦେବେ ଟ୍ରେନିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୱାର୍ଡମେମ୍ବରଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ରାଜ୍ୟ ସରକାର ପ୍ରଶିକ୍ଷଣ ଦେବେ । ରାଜ୍ୟର ନବନିର୍ବାଚିତ ୧ଲକ୍ଷ ୬ହଜାର ୩୫୨ଜଣ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ରାଜ୍ୟ ସରକାର ‘ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ମାଧ୍ୟମରେ ସେମାନଙ୍କର ଦକ୍ଷତା ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ୧୨ଟି ବିଭାଗକୁ ସାମିଲ କରି ପ୍ରଥମଥର ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ନିମନ୍ତେ ଏଭଳି ସାମଗ୍ରିକ ସରକାରୀ ପ୍ରଶିକ୍ଷଣ […]

secretariat

secretariat

Ordigital Desk
  • Published: Wednesday, 01 June 2022
  • Updated: 01 June 2022, 08:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୱାର୍ଡମେମ୍ବରଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ରାଜ୍ୟ ସରକାର ପ୍ରଶିକ୍ଷଣ ଦେବେ । ରାଜ୍ୟର ନବନିର୍ବାଚିତ ୧ଲକ୍ଷ ୬ହଜାର ୩୫୨ଜଣ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ରାଜ୍ୟ ସରକାର ‘ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ମାଧ୍ୟମରେ ସେମାନଙ୍କର ଦକ୍ଷତା ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ୧୨ଟି ବିଭାଗକୁ ସାମିଲ କରି ପ୍ରଥମଥର ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ନିମନ୍ତେ ଏଭଳି ସାମଗ୍ରିକ ସରକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆସନ୍ତାକାଲି ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ହେବାକୁ ଥିବାବେଳେ ଅଗଷ୍ଟ ମାସ ସୁଦ୍ଧା ଜିଲ୍ଲା ଓ ବ୍ଲକସ୍ତରରେ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପଞ୍ଚାୟତ ଜନପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ନବନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆସନ୍ତାକାଲି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପ୍ରତ୍ୟେକ ବ୍ଲକରୁ ଜଣେ ଲେଖାଏଁ ସରପଞ୍ଚ ସାମିଲ ହେବେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପଞ୍ଚାୟତିରାଜ, କୃଷି, ସ୍ୱାସ୍ଥ୍ୟ, ମିଶନ ଶକ୍ତି ଓ ଖାଦ୍ୟଯୋଗାଣ ମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବମାନେ ମଧ୍ୟ ଉପସ୍ଥିତ ରହିବେ ।

ପଞ୍ଚାୟତିରାଜ ବିଭାଗ ସମେତ ମିଶନ ଶକ୍ତି, ମହିଳା ଶିଶୁ ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ଦ୍ୱାରା ପଂଚାୟତସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଲୋଚନା କରାଯିବ । ଜିଲ୍ଲା ଓ ବ୍ଲକସ୍ତରରେ ଏହି ପ୍ରଶିକ୍ଷଣ ଶିବିରରେ ସମ୍ପୃକ୍ତ ବିଭାଗଗୁଡ଼ିକର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଯୋଜନା ସମ୍ପର୍କରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପ୍ରଶିକ୍ଷିତ କରାଇବେ ।

ପ୍ରତ୍ୟେକ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସେମାନେ କାର୍ଯ୍ୟରେ ଯୋଗ ଦେବାର ୬ ମାସ ମଧ୍ୟରେ ପ୍ରଶିକ୍ଷଣ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଜିଲ୍ଲା ପରିଷଦ ସଭାପତିଙ୍କ ନିମନ୍ତେ ୨ଦିନ, ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପାଇଁ ୩ଦିନ, ସରପଞ୍ଚଙ୍କ ନିମନ୍ତେ ୫ଦିନ, ୱାର୍ଡ ମେମ୍ବରଙ୍କ ନିମନ୍ତେ ୩ଦିନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ପ୍ରଶିକ୍ଷଣ କର୍ମଶାଳା ଆଗାମୀ ଦିନରେ ଜିଲ୍ଲା ଓ ବ୍ଲକସ୍ତରରେ ମଧ୍ୟ ଆୟୋଜନ କରାଯିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story