ଯାଜପୁର ଜିଲ୍ଲାରେ ଏହି ସବୁ ଅଞ୍ଚଳ ଶଟ୍‌ଡାଉନ୍‌

ଯାଜପୁର(ଅଭୟ ପତି): ଯାଜପୁର ପୌରାଞ୍ଚଳ, ବ୍ୟାସନଗର ପୌରାଞ୍ଚଳ, ଚଣ୍ଡିଖୋଲ ଛକ, ପାଣିକୋଇଲି ଛକ ଓ ଆପପାଖ  ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଛଡ଼ା ସମସ୍ତ ବ୍ଲକ ମୁଖ୍ୟାଳୟ, ନେଉଳପୁର, ଚାରିନଙ୍ଗଳ, ସାଧବପୁରକୁ ମଧ୍ୟ ଶଟ୍‌ ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଆଜି ରାତି ୮ଟାରୁ ୬ ତାରିଖ ରାତି ୮ଟା ଯାଏ ନିୟମ କଡ଼ାକଡ଼ି ରହିବ। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବେଳ ଔଷଧ ଦୋକାନ ଖୋଲା ରହିବ। […]

jajpur-district

Manoranjan Sial
  • Published: Saturday, 04 April 2020
  • , Updated: 04 April 2020, 04:15 PM IST

ଯାଜପୁର(ଅଭୟ ପତି): ଯାଜପୁର ପୌରାଞ୍ଚଳ, ବ୍ୟାସନଗର ପୌରାଞ୍ଚଳ, ଚଣ୍ଡିଖୋଲ ଛକ, ପାଣିକୋଇଲି ଛକ ଓ ଆପପାଖ  ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଛଡ଼ା ସମସ୍ତ ବ୍ଲକ ମୁଖ୍ୟାଳୟ, ନେଉଳପୁର, ଚାରିନଙ୍ଗଳ, ସାଧବପୁରକୁ ମଧ୍ୟ ଶଟ୍‌ ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଆଜି ରାତି ୮ଟାରୁ ୬ ତାରିଖ ରାତି ୮ଟା ଯାଏ ନିୟମ କଡ଼ାକଡ଼ି ରହିବ। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବେଳ ଔଷଧ ଦୋକାନ ଖୋଲା ରହିବ। ବ୍ରହ୍ମବରଦାରେ ଜଣେ ‘କରୋନା’ ପଜିଟିଭ ଚିହ୍ନଟ ହେବା ପରେ ଯାଜପୁର ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି।

ଗତକାଲି ବ୍ରହ୍ମବରଦା ଅଞ୍ଚଳରୁ ଜଣେ ‘କରୋନା’ ଚିହ୍ନଟ ହୋଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା। ଗତକାଲି ରାତିରେ ହିଁ ବ୍ରହ୍ମବରଦା ପଞ୍ଚାୟତର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରିଦେଇଛନ୍ତି। ‘କରୋନା’ରେ ଆକ୍ରନ୍ତ ବ୍ୟକ୍ତି ଜଣକ ହେଉଛନ୍ତି ମୌଲବି। ସେ ନଜାମୁଦ୍ଦିନ୍‌ ଧର୍ମ ସଭାରେ ଯୋଗଦେଇ ଗତ ୧୮ ତରିଖରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ସେ ଜିଲ୍ଲାର ବିଭିନ୍ନ ଧର୍ମ ସଭାରେ ଯୋଗଦେଇଥିଲେ। ସେଥିପାଇଁ ସେ ଯାଇଥିବା ସ୍ଥାନ ଗୁଡ଼ିକ ସିଲ୍‌ କରାଯାଉଛି। ପଚରାଉଚରା ବେଳେ ସେ ୧୩ ଜଣଙ୍କ ସଂସ୍ପର୍ଶରେ ଆସିଥିବା ପ୍ରକାଶ କରିଛନ୍ତି। ମାତ୍ର ଏଥିରେ ବିଶ୍ୱାସ ହେଉନାହିଁ। କାରଣ ସେ ଜଣେ ମୌଲବି ହୋଇଥିବାରୁ ଅଧିକ ଲୋକଙ୍କୁ ଭେଟିଥିବା ଅନୁମାନ କରାଯାଉଛି। ତେବେ ମୌଲବିଙ୍କ ସଂସ୍ପର୍ଶରେ ଆସିଥିବା  ୧୩ ଜଣଙ୍କୁ ବର୍ତ୍ତମାନ କ୍ୱାରେଣ୍ଟାଇରେ ରଖାଯାଇ ସେମାନଙ୍କ ରକ୍ତ ନମୂତା ସଂଗ୍ରହ କରାଯାଉଛି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି।

ଶଟ୍‌ଡାଉନ୍‌ ପୂର୍ବରୁ ବିଭିନ୍ନ ମାର୍କେଟରେ ସୃଷ୍ଟି ହେଉଥିବା ଭିଡକୁ ନେଇ ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାର ସମସ୍ତ ସାପ୍ତାହିକ ହାଟକୁ ଡେଲିମାର୍କେଟରେ ପରିଣତ କରାଯାଇଛି। ସେଠାରେ ସାମାଜିକ ଦୂରତାକୁ ବିଶେଷ ଧ୍ୟାନ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ହାଟରେ ପୁଲିସ ମୁତୟନ ହୋଇଛନ୍ତି। ତେଣୁ ହାଟରେ ସେମିତି କିଛି ଭିଡ ହେବ ନାହିଁ ବୋଲି ଆଶା କରାଯାଉଛି।

Related story