ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ କୋଟିପତି: ମାନସଙ୍କ ସମ୍ପତ୍ତି ୮କୋଟିରୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ପାଇଁ ଆଜି ବିଜେଡିର ସମସ୍ତ ୪ ପ୍ରାର୍ଥୀ ଆଜି ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟର ୩ଟି ଆସନ ପାଇଁ ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କୁ ୬ବର୍ଷିଆ କାର୍ଯ୍ୟକାଳ ନିମନ୍ତେ ବିଜେଡି ମନୋନୀତ କରିଥିବାବେଳେ ଉପନିର୍ବାଚନ ଆସନରେ ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ କରିଛି । ଏହି ସମସ୍ତ ପ୍ରାର୍ଥୀଙ୍କ ପାଇଁ ବିଜେଡିର ୧୦ଜଣ ଲେଖାଏଁ ବିଧାୟକ ପ୍ରସ୍ତାବକ ଥିବାବେଳେ  ଦଳୀୟ ବିଧାୟକମାନଙ୍କ ଉପସ୍ଥିତିରେ ସେମାନେ ନିଜର […]

RS-Candidate

RS-Candidate

Ordigital Desk
  • Published: Tuesday, 31 May 2022
  • Updated: 01 June 2022, 07:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ପାଇଁ ଆଜି ବିଜେଡିର ସମସ୍ତ ୪ ପ୍ରାର୍ଥୀ ଆଜି ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟର ୩ଟି ଆସନ ପାଇଁ ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କୁ ୬ବର୍ଷିଆ କାର୍ଯ୍ୟକାଳ ନିମନ୍ତେ ବିଜେଡି ମନୋନୀତ କରିଥିବାବେଳେ ଉପନିର୍ବାଚନ ଆସନରେ ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ କରିଛି । ଏହି ସମସ୍ତ ପ୍ରାର୍ଥୀଙ୍କ ପାଇଁ ବିଜେଡିର ୧୦ଜଣ ଲେଖାଏଁ ବିଧାୟକ ପ୍ରସ୍ତାବକ ଥିବାବେଳେ  ଦଳୀୟ ବିଧାୟକମାନଙ୍କ ଉପସ୍ଥିତିରେ ସେମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
କେବଳ ନିରଞ୍ଜନ ବିଶିଙ୍କ ନାଁରେ ୧୭ଟି ଅପରାଧିକ ମାମଲା ଥିବାବେଳେ ଅନ୍ୟ ୩ ଦଳୀୟ ପ୍ରାର୍ଥୀଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବା ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି । ତେବେ ସୁଲତା, ସସ୍ମିତ ଓ ମାନସ ମଙ୍ଗରାଜ କୋଟିପତି ହୋଇଥିବାବେଳେ ମାନସଙ୍କ ସେମାନଙ୍କ ମଧ୍ୟରେ ସର୍ବାଧିକ ଧନୀ ପ୍ରାର୍ଥୀ ବୋଲି ଜଣାପଡ଼ିଛି । ବିଧାନସଭା ସଚିବାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ବିଜେଡିର ସମସ୍ତ ୪ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ସହ ଦେଇଥିବା ସତ୍ୟପାଠରେ ନିଜର ବିସ୍ତୃତ ବିବରଣୀ ଦେଇଛନ୍ତି । ତେବେ ସୁଲତା, ମାନସ ଓ ସସ୍ମିତଙ୍କ ସତ୍ୟପାଠକୁ ସାର୍ବଜନୀନ କରାଯାଇଥିବାବେଳେ ସନାତନଙ୍କ ସତ୍ୟପାଠର ସୂଚନା ମିଳିପାରିନି ।
ସତ୍ୟପାଠ ଅନୁସାରେ, ମାନସ ଓ ତାଙ୍କ ପତ୍ନୀଙ୍କ ନାଁରେ ସର୍ବାଧିକ ୮କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି । ମାନସଙ୍କ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ପ୍ରାୟ ସାଢ଼େ ୩କୋଟି ହୋଇଥିବାବେଳେ ତାଙ୍କ ପତ୍ନୀଙ୍କ ନାଁରେ ପ୍ରାୟ ୪.୮୦କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ପତ୍ନୀ ୨୦୨୧ ଡିସେମ୍ବର ମାସରେ ଏକ କୋଟି ଟଙ୍କାର ପ୍ରାୟ ୧୨ଏକର ଜମି(୫ଟି ପ୍ଲଟ) କ୍ରୟ କରିଛନ୍ତି । ଉଭୟ ପତି-ପତ୍ନୀଙ୍କ ନାଁରେ ଭୁବନେଶ୍ୱରର ଘାଟିକିଆଠାରେ ୨ଟି କୋଠା ରହିଛି । ଯାହାର ମୂଲ୍ୟ ସେମାନେ ୧.୮୯କୋଟି ଟଙ୍କା ଦର୍ଶାଇଛନ୍ତି । ଉଭୟଙ୍କ ନାଁରେ ମୋଟ ୨୬.୮୨ଲକ୍ଷ ଟଙ୍କାର ଋଣ ରହିଛି । ୫୧ବର୍ଷୀୟ ମାନସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଜି କରିଥିବାବେଳେ ତାଙ୍କ ନାଁରେ କୌଣସି ଅପରାଧ ମାମଲା ନାହିଁ ।
ସେହିପରି ସୁଲତା ଦେଓଙ୍କ ନାଁରେ ଭୁବନେଶ୍ୱରରେ ଦୁଇଟି ପ୍ଲଟ୍ ସମେତ ୧.୧୦କୋଟି ଟଙ୍କାର ସମ୍ପତ୍ତି ଓ ତାଙ୍କ ସ୍ୱାମୀଙ୍କ ନାଁରେ ୫୮ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ସୁଲତାଙ୍କର ଗୋଟିଏ ହୋଣ୍ଡା ସିଟି କାର ଥିବାବେଳେ ତାଙ୍କ ପାଖରେ ପ୍ରାୟ ୨୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି। ବିଭିନ୍ନ ବ୍ୟାଙ୍କରେ ସେଭିଙ୍ଗସ୍ ଆକାଉଣ୍ଟରେ ପ୍ରାୟ ୨୧ଲକ୍ଷ ଟଙ୍କା ଥିବାବେଳେ ୧୦ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଓ ସାଢ଼େ ୧୦ଲକ୍ଷ ଟଙ୍କାର ବୀମା ମଧ୍ୟ ତାଙ୍କ ନାଁରେ ରହିଛି । ତାଙ୍କ ସ୍ୱାମୀ ଜଣେ ଠିକାଦାର ଓ ପୂର୍ତ୍ତ ବିଭାଗର ଦୁଇଟି ଠିକା କାର୍ଯ୍ୟ ନିକଟରେ କରିଥିବା ସେ ଦର୍ଶାଇଛନ୍ତି । ୪୯ବର୍ଷୀୟା ସୁଲତା ବିଏ ପାସ୍ କରିଛନ୍ତି ।
ସେହିପରି ସସ୍ମିତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ୧କୋଟି ଟଙ୍କାରୁ ଅଧିକ ହେବ । ଅବଶ୍ୟ ୨୦୧୯ ଜୁନରେ ସେ ଦାଖଲ କରିଥିବା ସତ୍ୟପାଠ ତୁଳନାରେ ଏବେ ତାଙ୍କର ସମ୍ପତ୍ତି ପରିମାଣ ହ୍ରାସ ପାଇଛି । ସେତେବେଳେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୧.୨୫କୋଟି ଟଙ୍କା ଥିଲା । ଏହ୍ଲାବାଦ ଏଗ୍ରିକଲଚର ଇନଷ୍ଟିଚ୍ୟୁଟରୁ ପିଏଚଡି କରିଥିବା ସସ୍ମିତଙ୍କ ପତ୍ନୀଙ୍କ ସମ୍ପତ୍ତି ଇତିମଧ୍ୟରେ ବୃଦ୍ଧି ପାଇଛି । ତାଙ୍କ ପତ୍ନୀଙ୍କ ନାଁରେ ଏବେ ପ୍ରାୟ ୧.୫୭କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ପତ୍ନୀଙ୍କ ନାଁରେ ୟୁପିରେ ଏକ କୋଠା ମଧ୍ୟ ଅଛି । ସସ୍ମିତଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବା ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story