ପୁଲିସର ଦାଦାଗିରି ପ୍ରତିବାଦରେ ପରିବା ଦୋକାନ ବନ୍ଦ

ବାରିପଦା:(ଓଡ଼ିଶା ରିପୋର୍ଟର): ବାରିପଦାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବା ବ୍ୟବସାୟୀ। ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ପରିବା ବ୍ୟବସାୟୀ ସଂଘ କାରବାର ବନ୍ଦ ରଖିଛି। ଫଳରେ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି। ଗତକାଲି ସକାଳୁ ବାରିପଦା ସହରର ମୁଖ୍ୟ ପରିବା ବଜାରରେ ସାମାଜିକ ଦୂରତା ରକ୍ଷା କରୁନଥିବା ଦର୍ଶାଇ ପୋଲିସ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଘଉଡ଼ାଇ ଦେଇଥିଲା। ତାସହ ଦୋକାନ ସବୁକୁ ପୋଲିସ ବନ୍ଦ କରିଦେଇଥିବା ଅଭିଯୋଗ କରିଛି […]

pariba-1

pariba-1

Tapas Behera
  • Published: Saturday, 11 April 2020
  • Updated: 11 April 2020, 05:35 PM IST

Sports

Latest News

ବାରିପଦା:(ଓଡ଼ିଶା ରିପୋର୍ଟର): ବାରିପଦାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବା ବ୍ୟବସାୟୀ। ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ପରିବା ବ୍ୟବସାୟୀ ସଂଘ କାରବାର ବନ୍ଦ ରଖିଛି। ଫଳରେ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି।

ଗତକାଲି ସକାଳୁ ବାରିପଦା ସହରର ମୁଖ୍ୟ ପରିବା ବଜାରରେ ସାମାଜିକ ଦୂରତା ରକ୍ଷା କରୁନଥିବା ଦର୍ଶାଇ ପୋଲିସ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଘଉଡ଼ାଇ ଦେଇଥିଲା। ତାସହ ଦୋକାନ ସବୁକୁ ପୋଲିସ ବନ୍ଦ କରିଦେଇଥିବା ଅଭିଯୋଗ କରିଛି ବ୍ୟବସାୟୀ ସଂଘ।

ଏହାର ପ୍ରତିବାଦରେ ଆଜି ସହରରେ ପରିବା ବ୍ୟବସାୟକୁ ବନ୍ଦ କରିଦେଇଛନ୍ତି ବ୍ୟବସାୟୀ। ତେବେ ଏନେଇ ପୋଲିସ ଏବଂ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା ହୋଇଥିଲେ ବି କୌଣସି ସମାଧାନର ବାଟ ବାହାରିନଥିବା ଜଣାପଡ଼ିଛି। ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos