ଝିଅ ନିଖୋଜର ଏତଲା କପି ଆଣିବାକୁ ଯାଇଥିଲେ, ଆଇଆଇସି ପିଟିଲେ

ଆଠଗଡ(ନୀଳକଣ୍ଠ ଦୋରା): ଆଠଗଡ଼ ଥାନା ଆଇଆଇସିଙ୍କ ବିରୋଧରେ ମାଡ଼ ମାରିବା ଓ ଗାଳିଗୁଲଜ କରିବା ଅଭିଯୋଗ ଆଣିଛନ୍ତି ଏକ ଦମ୍ପତି। ଏନେଇ ଦମ୍ପତି ଆଠଗଡ଼ ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଅଶୋକନଗର ଅଞ୍ଚଳର ଦମ୍ପତିଙ୍କ ଝିଅ ୩ ଦିନ ହେଲା ନିଖୋଜ ଅଛନ୍ତି। ଏନେଇ ଅଭିଯୋଗ କରିବାକୁ ଦମ୍ପତି ଥାନାକୁ ଯାଇଥିଲେ। ହେଲେ ପୋଲିସ୍‌ ସେମାନଙ୍କ ଅଭିଯୋଗ ରଖି ନଥିଲେ। ଏହାପରେ ଦମ୍ପତି କୋର୍ଟରେ ଏତଲା ଦେଇଥିଲେ। ଆଜି ଏତଲା କପି ଆଣିବାକୁ ଥାନାକୁ […]

athagarh

athagarh

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 10:34 PM IST

Sports

Latest News

ଆଠଗଡ(ନୀଳକଣ୍ଠ ଦୋରା): ଆଠଗଡ଼ ଥାନା ଆଇଆଇସିଙ୍କ ବିରୋଧରେ ମାଡ଼ ମାରିବା ଓ ଗାଳିଗୁଲଜ କରିବା ଅଭିଯୋଗ ଆଣିଛନ୍ତି ଏକ ଦମ୍ପତି। ଏନେଇ ଦମ୍ପତି ଆଠଗଡ଼ ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଅଶୋକନଗର ଅଞ୍ଚଳର ଦମ୍ପତିଙ୍କ ଝିଅ ୩ ଦିନ ହେଲା ନିଖୋଜ ଅଛନ୍ତି। ଏନେଇ ଅଭିଯୋଗ କରିବାକୁ ଦମ୍ପତି ଥାନାକୁ ଯାଇଥିଲେ। ହେଲେ ପୋଲିସ୍‌ ସେମାନଙ୍କ ଅଭିଯୋଗ ରଖି ନଥିଲେ। ଏହାପରେ ଦମ୍ପତି କୋର୍ଟରେ ଏତଲା ଦେଇଥିଲେ। ଆଜି ଏତଲା କପି ଆଣିବାକୁ ଥାନାକୁ ଯାଇଥିବା ବେଳେ ଦମ୍ପତିଙ୍କୁ ଆଇଆଇସି ଦୁର୍ବ୍ୟବହାର କରିଥିବା ସେମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏହାସହ ସେମାନେ ଆଇଆଇସିଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ଦାବି କରିଛନ୍ତି।

ଏନେଇ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲଙ୍କୁ ପଚରାଯିବାରେ ସେ କହିଛନ୍ତି, “ଅଭିଯୋଗ ମିଳିଛି। ଘଟଣାର ତଦନ୍ତ କରାଯାଉଛି। ସତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos