ଧର୍ମେନ୍ଦ୍ର ଏବଂ ବସନ୍ତଙ୍କ ନାଁରେ ଥାନାରେ ଅଭିଯୋଗ

<p>କଟକ (ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ବିରୋଧରେ କଟକ ସଦର ଥାନାରେ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ବିଜେପି ପାର୍ଟି କାର୍ଯ୍ୟାଳୟରେ ପଶି ବସନ୍ତଙ୍କୁ ନକଲି ବନ୍ଧୁକ ଦେଖାଇ ଧମକ ଦେଇ ଗିରଫ ପରେ ଜାମିନରେ ଆସିଥିବା ପିନାକ ମହାନ୍ତି। ସେ ଅଭିଯୋଗ କରିଛନ୍ତି, &ldquo;ଏହି ଦୁଇ ନେତାଙ୍କ ପ୍ରରୋଚନାରେ ଗତ ୫ତାରିଖରେ ତାଙ୍କ ଘରେ ବୋମାମାଡ ଓ ଗୁଳିକାଣ୍ଡ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହି ଦୁଇ ନେତାଙ୍କ ବିରୋଧରେ ସେ ଗତ ୩୦ ତାରିଖରେ ଚିଠି ଲେଖିଥିଲେ। ଏନେଇ ଗତ ୩ ତାରିଖରେ ବିଜେପି ରାଜ୍ୟ ସଭାପତିଙ୍କୁ ଜଣାଇଥିଲେ। ତା&rsquo;ପରେ ଏହି ଦୁଇ ନେତାଙ୍କ ପ୍ରରୋଚନାରେ କେହି ବ୍ୟକ୍ତି ତାଙ୍କୁ ଧମକ ଦେଉଥିଲେ।&rdquo;</p> <p>ତାଙ୍କୁ ଧମକ ଦେଥିବା ବ୍ୟକ୍ତି ଓ ଏହି ଘଟଣା ପଛରେ ଯାହାଙ୍କର ହାତ ଅଛି ତାଙ୍କୁ ଧରିବା ପାଇଁ ସେ&nbsp; ଦାବି କରିଛନ୍ତି। ସେପଟେ ଏପରି ଅଭିଯୋଗକୁ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଖଣ୍ଡନ କରିଛନ୍ତି। ଯୁବକଙ୍କ ମତିଭ୍ରମ ହେବାସହ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି।</p>

Ordigital Desk
  • Published: Thursday, 15 February 2018
  • Updated: 15 February 2018, 10:38 PM IST

Sports

Latest News

<p>କଟକ (ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ବିରୋଧରେ କଟକ ସଦର ଥାନାରେ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ବିଜେପି ପାର୍ଟି କାର୍ଯ୍ୟାଳୟରେ ପଶି ବସନ୍ତଙ୍କୁ ନକଲି ବନ୍ଧୁକ ଦେଖାଇ ଧମକ ଦେଇ ଗିରଫ ପରେ ଜାମିନରେ ଆସିଥିବା ପିନାକ ମହାନ୍ତି। ସେ ଅଭିଯୋଗ କରିଛନ୍ତି, &ldquo;ଏହି ଦୁଇ ନେତାଙ୍କ ପ୍ରରୋଚନାରେ ଗତ ୫ତାରିଖରେ ତାଙ୍କ ଘରେ ବୋମାମାଡ ଓ ଗୁଳିକାଣ୍ଡ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହି ଦୁଇ ନେତାଙ୍କ ବିରୋଧରେ ସେ ଗତ ୩୦ ତାରିଖରେ ଚିଠି ଲେଖିଥିଲେ। ଏନେଇ ଗତ ୩ ତାରିଖରେ ବିଜେପି ରାଜ୍ୟ ସଭାପତିଙ୍କୁ ଜଣାଇଥିଲେ। ତା&rsquo;ପରେ ଏହି ଦୁଇ ନେତାଙ୍କ ପ୍ରରୋଚନାରେ କେହି ବ୍ୟକ୍ତି ତାଙ୍କୁ ଧମକ ଦେଉଥିଲେ।&rdquo;</p><p>ତାଙ୍କୁ ଧମକ ଦେଥିବା ବ୍ୟକ୍ତି ଓ ଏହି ଘଟଣା ପଛରେ ଯାହାଙ୍କର ହାତ ଅଛି ତାଙ୍କୁ ଧରିବା ପାଇଁ ସେ&nbsp; ଦାବି କରିଛନ୍ତି। ସେପଟେ ଏପରି ଅଭିଯୋଗକୁ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଖଣ୍ଡନ କରିଛନ୍ତି। ଯୁବକଙ୍କ ମତିଭ୍ରମ ହେବାସହ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos