‘ଅଭିଯୋଗ ମିଛ ଏବଂ ମନଗଢ଼ା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ‘ଓଟିଭି’ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କିଛି ସ୍ଥାନୀୟ ଚ୍ୟାନେଲରେ ପ୍ରସାରିତ ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଟିଭି କର୍ତ୍ତୃପକ୍ଷ । ଓଟିଭି ଓ ବୈଜୟନ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ମିଛ ଏବଂ ମନଗଢ଼ା ବୋଲି ଓଟିଭି କର୍ତ୍ତୃପକ୍ଷ ଦର୍ଶାଇଛନ୍ତି।

ସେପଟେ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି, ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗ, ପୁରୁଣା ଅଭିଯୋଗର ପୁନରାବୃତ୍ତି । ପୂର୍ବରୁ ଏହି ସମସ୍ତ ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିସାରିଛନ୍ତି । ଆଜି ଦିଲ୍ଲୀର କିଛି ଆକ୍ଟିଭିଷ୍ଟ ପ୍ରେସମିଟ୍ କରି ଓଟିଭି ଓ ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।  ଏହାକୁ ରାଜ୍ୟର କିଛି ଚ୍ୟାନେଲ୍ ପ୍ରସାରଣ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।