ପପୁଙ୍କ ପିଛା ଛାଡୁନି ବିବାଦ: ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ଆଇନଜୀବୀ
- Published: Tuesday, 03 April 2018
- , Updated: 03 April 2018, 08:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବିବାଦରେ ଫସିଛନ୍ତି ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌। ଜଣେ ମହିଳା ଆଇନଜୀବୀଙ୍କୁ ଧମକ ଦେବା ଅଭିଯୋଗରେ ପପୁଙ୍କ ନାଁରେ ଗତକାଲି କଟକ ସଦର ଥାନରେ ଅଭିଯୋଗ ହୋଇଛି। ସଂପୃକ୍ତ ମହିଳା ଆଇନ୍‌ଜୀବୀଙ୍କୁ ପପୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ ଆସଦାଚରଣ କରିଥିବା ଏବଂ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି।

ତେବେ ଏପରି ଅଭିଯଗକୁ ପପୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ତାଙ୍କ ନାଁରେ ଆସିଥିବା ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ତାଙ୍କୁ ବଦ୍‌ନାମ୍‌ କରାଯିବାକୁ ଏପରି ଅଭିଯୋଗ କରାଯାଇଛି। ଆଇନଜୀବୀ ଜଣଙ୍କ ଆଣିଥିବା ଅଭିଯୋଗର ପ୍ରମାଣ ଦିଅନ୍ତୁ।

ସେ କହିଛନ୍ତି, “ହୋଟେଲରେ ମୁଁ ଅସଦାଚରଣ କରିଥିବା ଅଭିଯୋଗ ମହିଳା ଜଣଙ୍କ ଆଣିଛନ୍ତି। ତା’ହେଲେ ସେ (ମହିଳା) ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜ ସହ ଅନ୍ୟ ପ୍ରମାଣ ଦେଖାନ୍ତୁ।”

ସେ ଆହୁରି କହିଛନ୍ତି, “ମୁଁ ସେ ମହିଳାଙ୍କୁ ଦେଖିନାହିଁ। ସେ ସେଠାରେ ଥିଲେ କି ନାହିଁ ତାହା ମଧ୍ୟ ଜାଣିନାହିଁ। ଏମିତି ମିଛ ଅଭିଯୋଗ ଆଣୁଥିବାରୁ ମୁଁ ତାଙ୍କ ବିରୋଧରେ ଆଇନ୍‌ର ସାହାଯ୍ୟ ନେବେ।”

ସୂଚନାଯୋଗ୍ୟ, କାଷ୍ଟିଙ୍ଗ କାଉଚ ଅଭିଯୋଗରେ ପୂର୍ବରୁ ପପୁ ଗିରଫ ହୋଇ ଜେଲ୍‌ ଯାଇଥିଲେ।