‘ଆମକୁ ଭିକ୍ଷୁକ କହି ଉଠାଇ ଆଣୁଛନ୍ତି, ପରିବାର ଲୋକଙ୍କୁ ଦିଆଯାଉନି ସୂଚନା’

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁରକୁ ଭିକାରୀମୁକ୍ତ କରିବାକୁ ତଥା ଅସହାୟ ଭିକାରୀଙ୍କୁ ଥଇଥାନ କରିବା ପ୍ରକ୍ରିୟାକୁ ଜୋରଦାର କରାଯାଇଥିବା ବେଳେ ଏହା ମଧ୍ୟରେ ଆସିଛି ସାଂଘାତିକ ଅଭିଯୋଗ । ଅନେକ ଭିକ୍ଷୁକ ହୋଇନଥିବା ବେଳେ ସେମାନଙ୍କୁ ଜୋରଜବରଦସ୍ତ ପୁର୍ନବାସ କେନ୍ଦ୍ରକୁ ଆଣି ଥଇଥାନ କରାଯାଉଥିବା ଅଭିଯୋଗ ହୋଇଛି। ତା’ସହିତ ଏ ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ କିଛି ସୂଚନା ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ସମ୍ବଲପୁର ବୈଜାମୁଣ୍ଡାରେ ଥିବା ଇଣ୍ଟିଗ୍ରେଟେଡ୍ ଇନଫାଷ୍ଟ୍ରକଚର୍ କମ୍ପ୍ଲେକ୍ସ ବିରୋଧରେ ଆସିଛି ଏପରି […]

smb

smb

Niharika Rout
  • Published: Saturday, 27 August 2022
  • Updated: 27 August 2022, 03:56 PM IST

Sports

Latest News

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁରକୁ ଭିକାରୀମୁକ୍ତ କରିବାକୁ ତଥା ଅସହାୟ ଭିକାରୀଙ୍କୁ ଥଇଥାନ କରିବା ପ୍ରକ୍ରିୟାକୁ ଜୋରଦାର କରାଯାଇଥିବା ବେଳେ ଏହା ମଧ୍ୟରେ ଆସିଛି ସାଂଘାତିକ ଅଭିଯୋଗ । ଅନେକ ଭିକ୍ଷୁକ ହୋଇନଥିବା ବେଳେ ସେମାନଙ୍କୁ ଜୋରଜବରଦସ୍ତ ପୁର୍ନବାସ କେନ୍ଦ୍ରକୁ ଆଣି ଥଇଥାନ କରାଯାଉଥିବା ଅଭିଯୋଗ ହୋଇଛି। ତା’ସହିତ ଏ ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ କିଛି ସୂଚନା ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ସମ୍ବଲପୁର ବୈଜାମୁଣ୍ଡାରେ ଥିବା ଇଣ୍ଟିଗ୍ରେଟେଡ୍ ଇନଫାଷ୍ଟ୍ରକଚର୍ କମ୍ପ୍ଲେକ୍ସ ବିରୋଧରେ ଆସିଛି ଏପରି ସଙ୍ଗିନ  ଅଭିଯୋଗ ।  ହେଲେ ଏହାକୁ କେନ୍ଦ୍ରର ଅଧିକାରୀ ଅସ୍ୱୀକାର କରିଛନ୍ତି।

ଏହି କେନ୍ଦ୍ରକୁ ଆସିଥିବା କିଛି ବ୍ୟକ୍ତି କହିଛନ୍ତି ଯେ ସେମାନେ ଭିକ୍ଷାବୃତ୍ତି କରୁନଥିଲେ ବି ସେମାନଙ୍କୁ ଉଠାଇ ଅଣାଯାଇ ଥଇଥାନ କେନ୍ଦ୍ରରେ ରଖାଯାଇଛି। ଏନେଇ ସେମାନଙ୍କ ପରିବାର ଲୋକଙ୍କୁ ବି ଖବର ଦିଆଯାଉନାହିଁ  । କେନ୍ଦ୍ର ପକ୍ଷରୁ ଏହାକୁ ଖଣ୍ଡନ କରାଯାଉଥିବା ବେଳେ ସେମାନେ ଭିକ୍ଷା ବୃତ୍ତି କରୁଥିବାର ଯଥେଷ୍ଟ ପ୍ରମାଣ ଥିବା କୁହାଯାଇଛି ।

[caption id="attachment_761381" align="aligncenter" width="650"]centre କେନ୍ଦ୍ରରେ ଥିବା ବ୍ୟକ୍ତି ।[/caption]

ଜଣେ ବ୍ୟକ୍ତି ପାମ୍ପଡ ବିକୁଥିଲେ। କିନ୍ତୁ ୪ ଦିନ ତଳେ ଜବରଦସ୍ତି ତାଙ୍କୁ ଥଇଥାନ କେନ୍ଦ୍ରକୁ ଅଣାଯାଇଥିଲା। ତାଙ୍କ ପତ୍ନୀ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲେ ଓ ତାଙ୍କୁ ନେଇ ଯାଇଥିଲେ।  ସେହିପରି ଅନ୍ୟ  ଜଣେ ବ୍ୟକ୍ତି କହିଛନ୍ତି, ‘ମୋତେ ନ ଜଣାଇ ମୋ’ ସ୍ତ୍ରୀକୁ ଏଠାକୁ ନେଇ ଆସିଛନ୍ତି। ତେଣୁ ଖୋଜାଖୋଜି କରି ଏଠାରୁ ତାକୁ ନେବାକୁ ଆସିଛି।’

ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଅଧିକାରୀ କହିଛନ୍ତି, ‘ସହରକୁ ଭିକ୍ଷୁକମୁକ୍ତ କରିବା ତଥା ଯେଉଁ ଅସହାୟ ଭିକ୍ଷାବୃତ୍ତି କରୁଛନ୍ତି ସେମାନଙ୍କୁ ଥଇଥାନ କରିବାକୁ ଏହି କେନ୍ଦ୍ରକୁ ଅଣାଯାଉଛି। ଏ ସମ୍ପର୍କରେ ପୁଲିସ୍‌କୁ ସୂଚନା ଦିଆଯାଉଛି। ପରିବାର ଲୋକଙ୍କ ଅଜାଣତରେ ଭିକ୍ଷୁକମାନଙ୍କୁ ଉଠାଇ ଆଣିବାରେ କିଛି ଅସୁବିଧା ନାହିଁ । ଏହା ନିୟମ ଅନ୍ତର୍ଭୁକ୍ତ । କାରଣ ଭିକ୍ଷାବୃତ୍ତି କରିବାର ଅଧିକାର କାହାର ନାହିଁ। ଆମେ ଏଯାବତ କାଉନସେଲିଂ କରି ୨ଶହ ଜଣଙ୍କୁ ତାଙ୍କ ପରିବାରକୁ ଫେରାଇ ସାରିଲୁଣି ।’

ଏହାବାଦ ଯାହାର ପରିବାର ସଦସ୍ୟ ସେମାନଙ୍କୁ ଫେରାଇ ନେବାକୁ ଚାହିଁବେ, ସେମାନେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରି ଆବଶ୍ୟକୀୟ ପ୍ରମାଣପତ୍ର ଦେବେ । ଏହାପରେ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିବେ। ତା’ ପରେ ସେମାନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି କେନ୍ଦ୍ରର ମୁଖ୍ୟ ଅଧିକାରୀ ।

ସୂଚନାଯୋଗ୍ୟ, ସମ୍ବଲପୁର ସହରକୁ ଭିକାରୀମୁକ୍ତ କରିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ରର ନିର୍ମାଣ କରାଯାଇଥିଲା । କିଛି ଦିନ ପୂର୍ବେ  ମୁଖ୍ୟ ଶାସନ ସଚିବ ଓ  5-T ସଚିବ ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ଏହି ଥଇଥାନ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ସମୟରେ କେନ୍ଦ୍ରରେ ଥିବା ଅନ୍ତେବାସୀ କିନ୍ତୁ ପରେ ଘରକୁ ପଳାଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାପରେ ଏହି ଘଟଣାକୁ ନେଇ ତନାଘନା ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story