ଥାନା ହେପାଜତରେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ, ପତ୍ନୀ କହିଲେ- ମୋ ସ୍ୱାମୀଙ୍କୁ ମାରିଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବଡ଼ଗଡ ଥାନା ପୁଲିସ୍‌ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପରି ସାଂଘାତିକ ଅଭିଯୋଗ ହୋଇଛି । ମୃତକ ହେଲେ ବଡ଼ଗଡ଼ ଥାନା କପିଳପ୍ରସାଦ ଅଞ୍ଚଳର ପ୍ରଦୀପ ସାହୁ । ପ୍ରଦୀପଙ୍କୁ ମାରିଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ପ୍ରଦୀପଙ୍କ ପତ୍ନୀଙ୍କ କହିବା ଅନୁସାରେ, ‘ଗତକାଲି ରାତିରେ ପ୍ରଦୀପ ରସୁଲଗଡ ଘରକୁ ଆସୁଥିଲେ । ଏହାପରଠାରୁ ତାଙ୍କ ମୋବାଇଲ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା । ତେବେ ରାତି ପ୍ରାୟ ଗୋଟାଏରେ ପୁଲିସ୍‌ […]

Death

Death

Niharika Rout
  • Published: Monday, 18 April 2022
  • Updated: 18 April 2022, 11:03 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବଡ଼ଗଡ ଥାନା ପୁଲିସ୍‌ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପରି ସାଂଘାତିକ ଅଭିଯୋଗ ହୋଇଛି । ମୃତକ ହେଲେ ବଡ଼ଗଡ଼ ଥାନା କପିଳପ୍ରସାଦ ଅଞ୍ଚଳର ପ୍ରଦୀପ ସାହୁ । ପ୍ରଦୀପଙ୍କୁ ମାରିଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ।

ପ୍ରଦୀପଙ୍କ ପତ୍ନୀଙ୍କ କହିବା ଅନୁସାରେ, ‘ଗତକାଲି ରାତିରେ ପ୍ରଦୀପ ରସୁଲଗଡ ଘରକୁ ଆସୁଥିଲେ । ଏହାପରଠାରୁ ତାଙ୍କ ମୋବାଇଲ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା । ତେବେ ରାତି ପ୍ରାୟ ଗୋଟାଏରେ ପୁଲିସ୍‌ ଆସି କ୍ୟାପିଟାଲ ହସ୍ପିଟାଲ ଯିବାକୁ କହିଥିଲା । ସେଠାରେ ଯାଇ ପଚାରିବା ବେଳେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଲୁ। ପୁଲିସ୍‌ ମୋ ସ୍ୱାମୀକୁ ହତ୍ୟା କରି ମୋତେ ଆସି ଖବର ଦେଲା ।’

ପୁଲିସ୍‌ର ସୂଚନା ଅନୁଯାୟୀ, ମୃତ ପ୍ରଦୀପ ସାହୁଙ୍କ ନାମରେ ଏକାଧିକ ଚୋରି ମାମଲା ରହିଛି । ଗତକାଲି ବ୍ରହ୍ମେଶ୍ୱର ପାଟଣାରେ ରାତି ୮ଟାରେ ପ୍ରଦୀପକୁ ଧରିବାକୁ ଚେଷ୍ଟା ବେଳେ ସେ ପଡିଯାଇଥିଲା  । ତାକୁ ଥାନାକୁ ନିଆଯାଇଥିଲା ଓ ସେଠାରେ ତା’ ଦେହ ଅସୁସ୍ଥ ହୋଇପଡ଼ିଥିଲା । କ୍ୟାପିଟାଲ ହସ୍ପିଟାଲ ନେବା ପରେ ସେଠାରେ ତାର ମୃତ୍ୟୁ ହୋଇଛି ବୋଲି ପୁଲିସ୍‌ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos