ଜଙ୍ଗଲରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଉଦ୍ଧାର କଲେ ଗାଈ ଚରାଳି

କଟକ (ଓଡ଼ିଶା ରିପୋର୍ଟର): ପରୀକ୍ଷା ଦେବା ପାଇଁ ଜଣେ ଯୁବତୀ ଭୁବନେଶ୍ୱର ଆସିଥିଲେ। ବସ୍‌ରୁ ଓହ୍ଲାଇ ଅଟୋରେ ଯାଉଥିବା ବେଳେ ଚାଳକର ଲୋଲୁପ ଆଖି ଯୁବତୀଙ୍କ ଉପରେ ପଡ଼ିଥିଲା। ବଳପୂର୍ବକ ତାଙ୍କୁ ଏକ ଜଙ୍ଗଲକୁ ନେଇ ଯାଇ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଚିତ୍କାର ଶୁଣି ଗାଈ ଚରାଳି ତାଙ୍କୁ ଉଦ୍ଧାର କରିଥିଲେ। ଆଜି ଏପରି ଭୟାନକ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗରୁ ପ୍ରକାଶ, କେନ୍ଦ୍ରାପଡ଼ାର ଜଣେ ଯୁବତୀ […]

rape

rape

Manoranjan Sial
  • Published: Friday, 09 October 2020
  • Updated: 09 October 2020, 05:14 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ପରୀକ୍ଷା ଦେବା ପାଇଁ ଜଣେ ଯୁବତୀ ଭୁବନେଶ୍ୱର ଆସିଥିଲେ। ବସ୍‌ରୁ ଓହ୍ଲାଇ ଅଟୋରେ ଯାଉଥିବା ବେଳେ ଚାଳକର ଲୋଲୁପ ଆଖି ଯୁବତୀଙ୍କ ଉପରେ ପଡ଼ିଥିଲା। ବଳପୂର୍ବକ ତାଙ୍କୁ ଏକ ଜଙ୍ଗଲକୁ ନେଇ ଯାଇ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଚିତ୍କାର ଶୁଣି ଗାଈ ଚରାଳି ତାଙ୍କୁ ଉଦ୍ଧାର କରିଥିଲେ। ଆଜି ଏପରି ଭୟାନକ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି।

ଅଭିଯୋଗରୁ ପ୍ରକାଶ, କେନ୍ଦ୍ରାପଡ଼ାର ଜଣେ ଯୁବତୀ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସିଥିଲେ। କଟକ ଲିଙ୍କରୋଡ୍‌ରେ ବସ୍‌ରୁ ଓହ୍ଲାଇ ଅଟୋରେ ଭୁବନେଶ୍ୱର ଆସୁଥିଲେ। ଅଟୋରୁ ଅନ୍ୟ ୨ ମହିଳା ଯାତ୍ରୀ ଓହ୍ଲାଇଯିବା ପରେ ଯୁବତୀ ଜଣକ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଅଟୋ ଚାଳକ ତାଙ୍କୁ ବାରଙ୍ଗ ରୋଡ୍‌ ଆଡେ ନେଇ ଯାଇଥିଲେ। ଯୁବତୀଙ୍କ ବାରଣ ସତ୍ତ୍ୱେ ତାଙ୍କୁ ଗୋଡ଼ିସାହି ଫାଣ୍ଡି ଗୋବିନ୍ଦପୁର ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଟୋ ଚାଳକ।

ତେବେ ଯୁବତୀ ଜଣକ ଚିତ୍କାର କରିବାରୁ ସେଠାରେ ଗାଈ ଚରାଉଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଏପରିକି ଅଭିଯୁକ୍ତ ଅଟୋ ଚାଳକକୁ ଧରି ପୁଲିସ ଜିମା ଦେଇଥିଲେ। ବାରଙ୍ଗ ଥାନା ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos