ଆମକୁ କମ୍ ସମୟ ଦିଆଯାଇଥିଲା: ମହାରଣା ସେବାୟତ

ପୁରୀ: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗରେ ଗୁରୁବାର ପକ୍ଷ ରଖିଛନ୍ତି ୧୦ ମହାରଣା ସେବାୟତ। ଏମାନେ ଶ୍ରୀଜିଉଙ୍କ ନବବିଗ୍ରହ କାମରେ ନିୟୋଜିତ ହୋଇଥିଲେ। ଆଜି ସେମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ପକ୍ଷ ରଖିଥିଲେ। ଏହି ୧୦ ମହାରଣା ସେବାୟତ କହିଛନ୍ତି ଯେ ସେମାନଙ୍କ ପକ୍ଷରୁ କୌଣସି ପ୍ରକାର ବିଳମ୍ବ କରାଯାଇ ନଥିଲା। ସେମାନଙ୍କୁ କମ୍ ସମୟ ଦିଆଯାଇଥିଲା। ଏହା ସତ୍ତ୍ୱେ ସେମାନେ ଘଟ ପରିବର୍ତ୍ତନ ଦିନ ରାତି ୯ଟାରେ ନବ ବିଗ୍ରହଙ୍କ […]

maharanasevayat

Rakesh Mallick
  • Published: Thursday, 25 June 2015
  • , Updated: 25 June 2015, 02:09 PM IST

ପୁରୀ: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗରେ ଗୁରୁବାର ପକ୍ଷ ରଖିଛନ୍ତି ୧୦ ମହାରଣା ସେବାୟତ। ଏମାନେ ଶ୍ରୀଜିଉଙ୍କ ନବବିଗ୍ରହ କାମରେ ନିୟୋଜିତ ହୋଇଥିଲେ। ଆଜି ସେମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ପକ୍ଷ ରଖିଥିଲେ।

ଏହି ୧୦ ମହାରଣା ସେବାୟତ କହିଛନ୍ତି ଯେ ସେମାନଙ୍କ ପକ୍ଷରୁ କୌଣସି ପ୍ରକାର ବିଳମ୍ବ କରାଯାଇ ନଥିଲା। ସେମାନଙ୍କୁ କମ୍ ସମୟ ଦିଆଯାଇଥିଲା। ଏହା ସତ୍ତ୍ୱେ ସେମାନେ ଘଟ ପରିବର୍ତ୍ତନ ଦିନ ରାତି ୯ଟାରେ ନବ ବିଗ୍ରହଙ୍କ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ। କିନ୍ତୁ ଦଇତାପତିମାନେ ନବ ବିଗ୍ରହଙ୍କ ଠାରେ କିଛି ପରିବର୍ତ୍ତନ ଚାହିଁଥିଲେ। ଫଳରେ ଆଉ ଦୁଇ ଘଣ୍ଟା ସମୟ ଲାଗି ଥିଲା। ରାତି ୧୧ଟାରେ ବିଗ୍ରହ ନିର୍ମାଣ କାର୍ଯ୍ୟ ଶେଷ ହେଲା। ସେହିପରି ବରିଷ୍ଠ ମହାରଣା ସେବାୟତଙ୍କ ତତ୍ୱାବଧାନରେ କନିଷ୍ଠ ମହାରଣା ସେବାୟତମାନେ ନିର୍ମାଣ କାର୍ଯ୍ୟ ସୁଚାରୁ ରୂପେ ଶେଷ କରିଥିଲେ।

ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣ ମହାରଣାଙ୍କ ସମେତ ଅନ୍ୟ ୭ଜଣ ମହାରଣା ଆଜି ମୁଖ୍ୟ ଶ୍ରୀମନ୍ଦିର ପ୍ରଶାସକଙ୍କ ନିକଟରେ ଉପସ୍ଥିତ ହୋଇଥିଲେ।

Related story