ରଜରେ ଜନଗହଳି ହେଲେ ଜୋରିମାନା, ଅମ୍ବର ସିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ରାତ୍ରିକାଳୀନ କର୍ଫ୍ୟୁରେ ୩ଘଣ୍ଟା କୋହଳ କରିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ କଠୋର ଆଭିମୁଖ୍ୟ ଆପଣାଇଛି। ରଜ ପର୍ବ ପାଇଁ କିଣାକିଣି ନିମନ୍ତେ ଅଧିକ ଜନଗହଳି ହେଲେ ଖିଲାପକାରୀଙ୍କଠୁ ଜୋରିମାନା ଆଦାୟ କରାଯିବ ବୋଲି ସତର୍କ କରାଇ ଦେଇଛି। ଏହାସହିତ ସାମାଜିକ ଦୂରତ୍ୱ ନିୟମକୁ ପାଳନ କରୁନଥିବାରୁ ଭୁବନେଶ୍ୱର ମହାନଗର ନିଗମ ଆଜି ରାଜଧାନୀର ଏକ ପୋଷାକ ଶୋ’ରୁମ୍ ‘ଅମ୍ବର’କୁ ସିଲ୍ କରିଦେଇଛି। ବିଏମସି କମିଶନର […]

mnb

Tapas Behera
  • Published: Thursday, 11 June 2020
  • , Updated: 11 January 2021, 11:45 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ରାତ୍ରିକାଳୀନ କର୍ଫ୍ୟୁରେ ୩ଘଣ୍ଟା କୋହଳ କରିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ କଠୋର ଆଭିମୁଖ୍ୟ ଆପଣାଇଛି। ରଜ ପର୍ବ ପାଇଁ କିଣାକିଣି ନିମନ୍ତେ ଅଧିକ ଜନଗହଳି ହେଲେ ଖିଲାପକାରୀଙ୍କଠୁ ଜୋରିମାନା ଆଦାୟ କରାଯିବ ବୋଲି ସତର୍କ କରାଇ ଦେଇଛି। ଏହାସହିତ ସାମାଜିକ ଦୂରତ୍ୱ ନିୟମକୁ ପାଳନ କରୁନଥିବାରୁ ଭୁବନେଶ୍ୱର ମହାନଗର ନିଗମ ଆଜି ରାଜଧାନୀର ଏକ ପୋଷାକ ଶୋ’ରୁମ୍ ‘ଅମ୍ବର’କୁ ସିଲ୍ କରିଦେଇଛି।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ସୂଚନା ଦେଇ କହିଛନ୍ତି ଯେ, ରଜପର୍ବ ପାଇଁ କିଣାକିଣି ଫାଙ୍କା ସମୟରେ କରନ୍ତୁ। ଗହଳିଥିବା ଦୋକାନବଜାରକୁ ଯାଆନ୍ତୁ ନାହିଁ। ଆସନ୍ତାକାଲି ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା ନକରି ପୂର୍ବରୁ କିଣାକିଣି ସାରନ୍ତୁ। ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ଓ ମାସ୍କ ପିନ୍ଧନ୍ତୁ। ନଚେତ୍ ଜୋରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି।

ସେହିପରି, ଭୁବନେଶ୍ୱର ସହରର ରାଜପଥରେ ଥିବା ‘ଅମ୍ବର’ ଶୋ’ରୁମରେ ଗ୍ରାହକମାନେ ସାମାଜିକ ଦୂରତ୍ୱ ପାଳନ ନକରି କିଣାକିଣି କରୁଥିବାରୁ ଏହାକୁ କୋଭିଡ୍‌-୧୯ ପରିଚାଳନା ଓ ମହାମାରୀ ଆଇନ-୧୯୮୭ର ଉଲ୍ଲଘଂନ ଦର୍ଶାଇ ବିଏମସି ପକ୍ଷରୁ ଉକ୍ତ ଶୋ’ରୁମକୁ ସିଲ୍ କରିଦିଆଯାଇଛି।

ଅମ୍ବର ଶୋ’ରୁମ୍ କର୍ତ୍ତୃପକ୍ଷ ସଫେଇ ଦେଇ କହିଛନ୍ତି ଯେ, ଶୋ’ରୁମ୍ ମଧ୍ୟରେ ସ୍ୱଳ୍ପ ସମୟ ପାଇଁ ରହିବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ନିମନ୍ତେ ପରାମର୍ଶ ଦିଆଯାଉଥିଲେ ମଧ୍ୟ ଲୋକମାନେ ମାନୁନାହାନ୍ତି।

Related story