ଉମରକୋଟ (ଓଡ଼ିଶା ରିପୋର୍ଟର): ଜଣେ ପ୍ରସୂତିଙ୍କୁ ନେଇ ଡାକ୍ତରଖାନା ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଦୂର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରସୂତିଙ୍କ ସହିତ ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି।
ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଗବାଗୁଡ଼ା ନିକଟରେ। ଶନିବାର ରାତି ପ୍ରାୟ ୧୨ଟା ବେଳେ ଝରିଗାଁ ବ୍ଳକ୍ ଚଚ୍ଚା ଗାଁର ଜଣେ ପ୍ରସୂତିଙ୍କୁ ନେଇ ୧୦୮ ଆମ୍ୱୁଲାନ୍ସ ଡାକ୍ତରଖାନା ଯାଉଥିଲା। ତେବେ ଗବାଗୁଡ଼ା ନିକଟରେ ଏକ ବୁଲାଣିରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆମ୍ବୁଲାନ୍ସଟି ଏକ କଲଭର୍ଟର ସାଇଡ୍ ୱାଲ୍ ଉପରେ ଚଢ଼ି ଯାଇଥିଲା।
ଆହତ ପ୍ରସୂତି, ଆମ୍ଵୁଲାନ୍ସ ଡ୍ରାଇଭର ଓ ଆଶାକର୍ମୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ଆଶାକର୍ମୀ ଓ ପ୍ରସୂତିଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଅଯୋଧ୍ୟାକୁ ଗଡ଼ିବ ବସ୍
OSRTC ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ ସେବା ଆରମ୍ଭ ହେବ। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍ ଗୁଡ଼ିକ ଯିବ।
Events & Festivals
ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ ଆରମ୍ଭ
ଓଡ଼ିଆରେ ପ୍ରବସୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଥିଲେ, ପ୍ରବାସୀମାନେ ହେଉଛନ୍ତି ବିକଶିତ ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର। ଆମର ବିଶ୍ୱାସ ଯେ ଏହି ଅନୁଭୂତିକୁ ବିଶ୍ୱ ଦରବାରରେ ଆପଣ ମାନେ ପହଞ୍ଚାଇବେ।
Crime
ବ୍ରାଉନ୍ସୁଗର ପାଇଁ ମର୍ଡର! ମହିଳା ମାଷ୍ଟରମାଇଣ୍ଡ ସମେତ ୩ ଗିରଫ
ଜେଲ୍ରୁ ବାହାରିବା ପରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। ତାଙ୍କ ଜେଲ୍ ଯିବା ପଛରେ ସହଦେବ ନାୟକଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ଯୋଜନା କରିଥିଲେ।
Crime
ସରୋଜଙ୍କ ପରେ ହଂସିକାଙ୍କ ଆଉ ଜଣେ ସ୍ୱାମୀଙ୍କ ଘରେ IT
ମନୋଜଙ୍କ ଘରୁ ମିଳିଥିବା ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଧରି ବାଲିଗୁଡା ଷ୍ଟେଟ ବ୍ୟାଙ୍କ ଯାଇଥିଲେ ଆୟକର ବିଭାଗ ଟିମ୍। ସେଠାରେ ମଧ୍ୟ ତନାଘନା କରିଥିଲେ। ଗୋଟିଏ ଟିମ୍ ମନୋଜଙ୍କ ଘରେ ଖାନତଲାସୀ କରୁଥିବା ବେଳେ ଆଉ ଗୋଟିଏ ଟିମ୍ ବ୍ୟାଙ୍କରେ ଖୋଳତାଡ଼ କରିଥିଲା।
Miscellaneous
ଅଦିନିଆ ବର୍ଷାରେ ଫସଲ ନଷ୍ଟ, ଝୁଲିପଡ଼ିଲେ ଯୁବ ଚାଷୀ
ଅଦିନିଆ ବର୍ଷାରେ ତାଙ୍କର ଅଧାରୁ ଅଧିକ ଫସଲ ନଷ୍ଟ ହୋଇଯାଇଥିଲା।