ଆମ୍ୱୁଲାନ୍ସରେ ବୁହାଯାଉଛି ଯାତ୍ରୀ

ଭଦ୍ରକ(ପାର୍ଥସାରଥୀ ନାୟକ): ‘କରୋନା’ ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଭଦ୍ରକରେ ଏହାକୁ ଉଲ୍ଲଘଂନ ହୋଇଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସରେ ଯାତ୍ରୀଙ୍କୁ ବୁହାଯାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜାଣିପାରି ଟାଉନ ଥାନା ପୁଲିସ ଉକ୍ତ ଆମ୍ବୁଲାନ୍ସକୁ ଜବତ କରି ଆରଟିଓକୁ ହସ୍ତାନ୍ତର କରିଛି। ଭଦ୍ରକ ମେଡିକାଲ୍‌ରେ ନିୟୋଜିତ ଏକ ଆମ୍ୱୁଲାନ୍ସ ରାଣୀତାଲ୍‌ ଆଡୁ ୭ରୁ ୮ ଜଣଙ୍କୁ ଧରି ଟାଉନ୍‌ ଅଭିମୁଖେ ଯାଉଥିଲା। ତେବେ ଚରମ୍ପା ନିକଟରେ ସ୍ଥାନୀୟ ଲୋକେ ଏହା […]

ambulance

Manoranjan Sial
  • Published: Saturday, 28 March 2020
  • , Updated: 28 March 2020, 04:53 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ‘କରୋନା’ ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଭଦ୍ରକରେ ଏହାକୁ ଉଲ୍ଲଘଂନ ହୋଇଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସରେ ଯାତ୍ରୀଙ୍କୁ ବୁହାଯାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜାଣିପାରି ଟାଉନ ଥାନା ପୁଲିସ ଉକ୍ତ ଆମ୍ବୁଲାନ୍ସକୁ ଜବତ କରି ଆରଟିଓକୁ ହସ୍ତାନ୍ତର କରିଛି।

ଭଦ୍ରକ ମେଡିକାଲ୍‌ରେ ନିୟୋଜିତ ଏକ ଆମ୍ୱୁଲାନ୍ସ ରାଣୀତାଲ୍‌ ଆଡୁ ୭ରୁ ୮ ଜଣଙ୍କୁ ଧରି ଟାଉନ୍‌ ଅଭିମୁଖେ ଯାଉଥିଲା। ତେବେ ଚରମ୍ପା ନିକଟରେ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଚାଳକ ଏ ସମ୍ପର୍କରେ ଜାଣିପାରି ଆମ୍ୱୁଲାନ୍ସ ଛାଡ଼ି ଚମ୍ପଟ ମାରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ୱୁଲାନ୍ସକୁ ଜବତ କରି ଆର୍‌ଟିଓ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଏଥିପାଇଁ ଅମ୍ୱୁଲାନ୍ସକୁ ୩୧ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଛି।

Related story