ଆସିପାରିଲା ନାହିଁ ଆମ୍ବୁଲାନ୍ସ,ଖଟିଆରେ ବୁହାହେଲେ ଗର୍ଭବତୀ

ଜୟପୁର (ଓଡ଼ିଶା ରିପୋର୍ଟର): ରାସ୍ତା ଖରାପ ଯୋଗୁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ। ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ଖଟିଆରେ ବୋହି ଡାକ୍ତରଖାନାକୁ ନେଲେ ପରିବାର ଲୋକେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଲକ୍ଷ୍ମୀପୁର କୁତୁକାଝୋଲା ଗାଁର ଜଣେ ଗର୍ଭବତୀ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଜନନୀ ସୁରକ୍ଷା ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରି […]

janani-2

Tapaswini Nayak
  • Published: Thursday, 12 November 2020
  • , Updated: 12 November 2020, 11:04 AM IST

ଜୟପୁର (ଓଡ଼ିଶା ରିପୋର୍ଟର): ରାସ୍ତା ଖରାପ ଯୋଗୁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ। ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ଖଟିଆରେ ବୋହି ଡାକ୍ତରଖାନାକୁ ନେଲେ ପରିବାର ଲୋକେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା।

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଲକ୍ଷ୍ମୀପୁର କୁତୁକାଝୋଲା ଗାଁର ଜଣେ ଗର୍ଭବତୀ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଜନନୀ ସୁରକ୍ଷା ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା। ବାଧ୍ୟ ହୋଇ ଗାଁ ଲୋକେ ମହିଳାଙ୍କୁ ୩ କିଲୋମିଟର ଖଟିଆରେ ବୋହି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

Related story