ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଧମକ: ୨୦୦ ଟଙ୍କା ନଦେଲେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବିନି

ଟିଟଲାଗଡ଼,(ଓଡ଼ିଶା ରିପୋର୍ଟର): ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସରେ ଆଣିବା ପାଇଁ ୨୦୦ ଟଙ୍କ। ଲାଞ୍ଚ ମାଗି ୧୦୨ ଆମ୍ବୁଲାନ୍ସ ଡ୍ରାଇଭରକୁ ହଟହଟା ହେବାକୁ ପଡ଼ିଛି।ଗତକାଲି ରାତିରେ ଟିଟିଲାଗଡ଼ ବ୍ଲକ ଲୁଧିପଡାର କାନ୍ତି ମହାନନ୍ଦକୁ ପ୍ରସବ ବେଦନା ହୋଇଥିଲା। ଆଶାକର୍ମୀଙ୍କ ପରାମର୍ଶ ଅନୁଶାରେ ୧୦୨ ନମ୍ୱର ଆମ୍ବୁଲାନ୍ସକୁ ଡାକିଥିଲେ ମହାନନ୍ଦ ପରିମୀ। ହେଲେ ଗାଁରେ ଆମ୍ବୁଲାନ୍ସ ପହଞ୍ଚିବାପରେ ଡ୍ରାଇଭର ୨୦୦ ଟଙ୍କ। ଲାଞ୍ଚ ମାଗିଥିଲେ । ଆଉ ଟଙ୍କା ନଦେଲେ ଗର୍ଭବତୀ ମହିଳାଙ୍କୁ  ନେବେ ନାହିଁ ବୋଲି କହିଥିଲେ। ଗ୍ରାମବାସୀ […]

salman

Rakesh Mallick
  • Published: Saturday, 07 April 2018
  • , Updated: 07 April 2018, 05:27 PM IST

ଟିଟଲାଗଡ଼,(ଓଡ଼ିଶା ରିପୋର୍ଟର): ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସରେ ଆଣିବା ପାଇଁ ୨୦୦ ଟଙ୍କ। ଲାଞ୍ଚ ମାଗି ୧୦୨ ଆମ୍ବୁଲାନ୍ସ ଡ୍ରାଇଭରକୁ ହଟହଟା ହେବାକୁ ପଡ଼ିଛି।ଗତକାଲି ରାତିରେ ଟିଟିଲାଗଡ଼ ବ୍ଲକ ଲୁଧିପଡାର କାନ୍ତି ମହାନନ୍ଦକୁ ପ୍ରସବ ବେଦନା ହୋଇଥିଲା। ଆଶାକର୍ମୀଙ୍କ ପରାମର୍ଶ ଅନୁଶାରେ ୧୦୨ ନମ୍ୱର ଆମ୍ବୁଲାନ୍ସକୁ ଡାକିଥିଲେ ମହାନନ୍ଦ ପରିମୀ। ହେଲେ ଗାଁରେ ଆମ୍ବୁଲାନ୍ସ ପହଞ୍ଚିବାପରେ ଡ୍ରାଇଭର ୨୦୦ ଟଙ୍କ। ଲାଞ୍ଚ ମାଗିଥିଲେ । ଆଉ ଟଙ୍କା ନଦେଲେ ଗର୍ଭବତୀ ମହିଳାଙ୍କୁ  ନେବେ ନାହିଁ ବୋଲି କହିଥିଲେ। ଗ୍ରାମବାସୀ  ଲାଞ୍ଚ ଦେବାକୁ ମନା କରିବା ସହିତ ଉଚ୍ଚପଦାଧିକାରୀଙ୍କୁ ଅଭିଯୋଗ କରିବେ ବୋଲି କହିଥିଲେ।

ହେଲେ ଡ୍ରାଇଭର ସେହି ସମୟରେ ପ୍ରସବ ବେଦନାରେ ଛଟପଟ ହେଉଥିବା କାନ୍ତି ମହାନନ୍ଦକୁ ଆମ୍ବୁଲାନ୍ସରେ ଆଣିବା ବଦଳରେ ତାଙ୍କୁ ଗାଁରେ ଛାଡି ପଳାଇ ଆସୁଥିବା ସମୟରେ ଗ୍ରାମବାସୀ ସହ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଆଉ ଡ୍ରାଇଭର ଗାଡ଼ି ଧରି  ପଳାଇ ଆସୁଥିବା ବେଳେ କିଛି ଗ୍ରାମବାସୀ ଆହତ ହୋଇଥିଲେ।  ତେବେ  ଡ୍ରାଇଭର ଲାଞ୍ଚ ମାଗିବା ଅଭିଯୋଗ କରି ଗ୍ରାମବାସୀ ଦୀର୍ଘ ସମୟଧରି ଆମ୍ବୁଲାନ୍ସ ଓ ଡ୍ରାଇଭରକୁ ଅଟକ ରଖିଥିଲେ।  ଅଭିଯୋଗ କରିଥିଲେ ସରକାର ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ମାଗଣା ପହଞ୍ଚାଇବା ସୁବିଧା କରିଥିବା ବେଳେ ଡ୍ରାଇଭରମାନେ ରୋଗୀ ମାନଙ୍କୁ ଲୁଟ୍‌ କରୁଛନ୍ତି।  ଏ ସମ୍ପର୍କରେ ଡ୍ରାଇଭରକୁ ପଚାରିବାରୁ ସେ କହିଥିଲେ  ରୋଗୀ ସହିତ ଅଧିକ ଲୋକ ଗାଡିରେ ବସୁଥିବାରୁ ସେ ଟଙ୍କ। ମାଗିଥିଲେ।

Related story