ଆମ୍ବୁଲାନ୍ସ ଦୁର୍ଘଟଣାରେ ନବଜାତ ଶିଶୁ ସହ ୨ ମୃତ

ବ୍ରହ୍ମପୁର: ଖଲିକୋର୍ଟ ଥାନା ବଡ଼ଘାଟିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ନବଜାତ ଶିଶୁ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଖଲିକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାଇଁତପୁର ଗାଁର ଲକ୍ଷ୍ମଣ ରେଡ୍ଡୀଙ୍କ ପତ୍ନୀ ଗତକାଲି ଗଞ୍ଜାମ ମେଡିକାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ଅସୁସ୍ଥ ହୋଇପଡିବାରୁ ଆଜି ଉଭୟ ଶିଶୁ ଓ ତା’ର ମାଆକୁ ଏକ ଆମ୍ବୁଲାନ୍ସରେ ପ୍ରଥମେ ଛତ୍ରପୁର ନିଆଯାଇଥିଲା। ସେଠାରୁ ବ୍ରହ୍ମପୁର […]

brahampur

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 07:12 PM IST

ବ୍ରହ୍ମପୁର: ଖଲିକୋର୍ଟ ଥାନା ବଡ଼ଘାଟିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ନବଜାତ ଶିଶୁ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଖଲିକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କାଇଁତପୁର ଗାଁର ଲକ୍ଷ୍ମଣ ରେଡ୍ଡୀଙ୍କ ପତ୍ନୀ ଗତକାଲି ଗଞ୍ଜାମ ମେଡିକାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ଅସୁସ୍ଥ ହୋଇପଡିବାରୁ ଆଜି ଉଭୟ ଶିଶୁ ଓ ତା’ର ମାଆକୁ ଏକ ଆମ୍ବୁଲାନ୍ସରେ ପ୍ରଥମେ ଛତ୍ରପୁର ନିଆଯାଇଥିଲା। ସେଠାରୁ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଶିଶୁଟିକୁ କଟକ ନିଆଯାଉଥିବା ବେଳେ ଆଜି ସକାଳେ ବଡ଼ଘାଟିଠାରେ ଆମ୍ବୁଲାନ୍ସ ସହ ଏକ ଟ୍ରକ୍‌ର ଧକ୍କା ହୋଇଯିବାରୁ ଘଟଣା ସ୍ଥଳରେ ଶିଶୁପୁତ୍ର ଓ ତା’ର ମାମୁଁଙ୍କର ମୃତ୍ୟୁ ଘଟିଥିଲା।

Related story