ଗର୍ଭବତୀଙ୍କୁ ନେଇ ଯାଉଥିଲା, ରାସ୍ତା ତଳକୁ ଖସି ପଡ଼ିଲା ଆମ୍ବୁଲାନ୍ସ

ସୋର(ଶଶିକାନ୍ତ ବେହେରା): ଜଣେ ଗର୍ଭବତୀ ମହିଳାଙ୍କୁ ଧରି ହସ୍ପିଟାଲ ଯାଉଥିବା ଏକ ଆମ୍ବୁଲାନ୍ସ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦ୍ରୁତ ଗତିରେ ଯାଉଥିବା ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିବା ବେଳେ ବିଶେଷ କିଛି କ୍ଷତି ହୋଇ ନ ଥିବା ଜଣାଯାଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୋର-କୁପାରୀ ରାସ୍ତାର କୋଚିଆ କୋଇଲିଠାରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି। ଖଇରା ବ୍ଲକ ଗଡପୋଖରୀ ଗୁଆପାଳ ଗାଁର ସୁମତି ନାଏକଙ୍କର ପ୍ରସବ ଯନ୍ତ୍ରଣା […]

sora

sora

Niharika Rout
  • Published: Saturday, 22 August 2020
  • Updated: 22 August 2020, 11:04 AM IST

Sports

Latest News

ସୋର(ଶଶିକାନ୍ତ ବେହେରା): ଜଣେ ଗର୍ଭବତୀ ମହିଳାଙ୍କୁ ଧରି ହସ୍ପିଟାଲ ଯାଉଥିବା ଏକ ଆମ୍ବୁଲାନ୍ସ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦ୍ରୁତ ଗତିରେ ଯାଉଥିବା ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିବା ବେଳେ ବିଶେଷ କିଛି କ୍ଷତି ହୋଇ ନ ଥିବା ଜଣାଯାଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୋର-କୁପାରୀ ରାସ୍ତାର କୋଚିଆ କୋଇଲିଠାରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି।

ଖଇରା ବ୍ଲକ ଗଡପୋଖରୀ ଗୁଆପାଳ ଗାଁର ସୁମତି ନାଏକଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଜନନୀ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ଆମ୍ବୁଲାନ୍ସଟି ସୁମତିଙ୍କୁ ନେଇ ମେଡିକାଲ ଯାଉଥିବାବେଳେ କୁଚିଆକୋଇଲି ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା।  ଏହି ଦୁର୍ଘଟଣାରେ କାହାର ବିଶେଷ କ୍ଷତି ହୋଇ ନ ଥିବା ବେଳେ ଗର୍ଭବତୀଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos