ବିଦେଶାଗତ ପକ୍ଷୀଙ୍କୁ କଲବଲ କଲା ଅମ୍ଫାନ

ପାରାଦୀପ (ରମାକାନ୍ତ ନାୟକ): ବାତ୍ୟା ‘ଅମ୍ଫାନ’ ଓଡ଼ିଶାରେ ତାଣ୍ଡବ ରଚିଛି। ଏଥିରୁ ବର୍ତ୍ତି ପାରିନାହାନ୍ତି ବିଦେଶାଗତ ପକ୍ଷୀ। ବାତ୍ୟା ପ୍ରଭାବରେ ହୋଇଥିବା ପବନରେ ବିଦେଶାଗତ ପକ୍ଷୀମାନେ କଲବଲ ହୋଇଛି। ପକ୍ଷୀମାନେ ଉଡି ନପାରି କେଉଁଠି ପୋଖରୀରେ ପଡ଼ି ଯାଇଛନ୍ତି ତ ଆଉ କେଉଁଠି ଛାତରେ ବାଡ଼େଇ ହୋଇ ଘାଇଲା ହୋଇଛନ୍ତି। ତେବେ ଏହି ପକ୍ଷୀର ନାଁ ଜଣାପଡ଼ିନଥିବା ବେଳେ ଏହାକୁ ଆମେରିକାନ୍‌ ବ୍ରାଉନ୍‌ ପେଲ୍‌କନ୍‌ କୁହାଯାଉଛି। ବାତ୍ୟା ମାଡ଼ରେ କିଲିବିଲି ହୋଇ ଜଗତସିଂହପୁର ଜିଲ୍ଲା ମଧୁବନ ଅଞ୍ଚଳରେ […]

american-bird

Manoranjan Sial
  • Published: Wednesday, 20 May 2020
  • , Updated: 20 May 2020, 05:52 PM IST

ପାରାଦୀପ (ରମାକାନ୍ତ ନାୟକ): ବାତ୍ୟା ‘ଅମ୍ଫାନ’ ଓଡ଼ିଶାରେ ତାଣ୍ଡବ ରଚିଛି। ଏଥିରୁ ବର୍ତ୍ତି ପାରିନାହାନ୍ତି ବିଦେଶାଗତ ପକ୍ଷୀ। ବାତ୍ୟା ପ୍ରଭାବରେ ହୋଇଥିବା ପବନରେ ବିଦେଶାଗତ ପକ୍ଷୀମାନେ କଲବଲ ହୋଇଛି। ପକ୍ଷୀମାନେ ଉଡି ନପାରି କେଉଁଠି ପୋଖରୀରେ ପଡ଼ି ଯାଇଛନ୍ତି ତ ଆଉ କେଉଁଠି ଛାତରେ ବାଡ଼େଇ ହୋଇ ଘାଇଲା ହୋଇଛନ୍ତି। ତେବେ ଏହି ପକ୍ଷୀର ନାଁ ଜଣାପଡ଼ିନଥିବା ବେଳେ ଏହାକୁ ଆମେରିକାନ୍‌ ବ୍ରାଉନ୍‌ ପେଲ୍‌କନ୍‌ କୁହାଯାଉଛି।

ବାତ୍ୟା ମାଡ଼ରେ କିଲିବିଲି ହୋଇ ଜଗତସିଂହପୁର ଜିଲ୍ଲା ମଧୁବନ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଆମେରିକାନ୍‌ ବ୍ରାଉନ୍‌ ପେଲ୍‌କନ୍‌ ପକ୍ଷୀ ଗୁଡ଼ିକ ପଡିଛନ୍ତି। ସ୍ଥାନୀୟ ଲୋକେ ଲୁଚାଇ ପକ୍ଷୀ ଗୁଡ଼ିକୁ ଘରକୁ ନେଇଯାଉଥିବା ଅଭିଯୋଗ ହେଉଛି। ଆଉ କିଛି ଲୋକେ ଘରେ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି।

Related story