ରଥଯାତ୍ରାନେଇ ଏମିତି କହିଲେ ଅମିତ ଶାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରଥଯାତ୍ରାକୁ ଅନୁମତି ନେଇ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟା ରଖିଲେ। ଅମିତ ଶାହ କହିଛନ୍ତି ଯେ, ଆଜି  ଆମ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଦିନ।  ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନେଇ ଆଜି ସାରା ଦେଶ ଖୁସି। ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କ ସହ କାଲି କଥା ହୋଇଥିଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ କଥା ହୋଇ ସେମାନଙ୍କ ମତ ନେଇଥିଲି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ସଲିସିଟର ଜେନେରାଲଙ୍କ ସହ ବି କଥା ହୋଇଥିଲି। ମାମଲାର ଗୁରୁତ୍ୱ ଦେଖି […]

Amit-Shah

Tapas Behera
  • Published: Monday, 22 June 2020
  • , Updated: 22 June 2020, 06:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରଥଯାତ୍ରାକୁ ଅନୁମତି ନେଇ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟା ରଖିଲେ। ଅମିତ ଶାହ କହିଛନ୍ତି ଯେ, ଆଜି  ଆମ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଦିନ।  ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନେଇ ଆଜି ସାରା ଦେଶ ଖୁସି। ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କ ସହ କାଲି କଥା ହୋଇଥିଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ କଥା ହୋଇ ସେମାନଙ୍କ ମତ ନେଇଥିଲି।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ସଲିସିଟର ଜେନେରାଲଙ୍କ ସହ ବି କଥା ହୋଇଥିଲି। ମାମଲାର ଗୁରୁତ୍ୱ ଦେଖି ଅବକାଶ ବେଞ୍ଚରେ ଶୁଣାଣି ବି ହୋଇଥିଲା। ସମସ୍ତ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଅମିତ ଶାହା

ସୂଚନା ଅନୁଯାୟୀ, ଶେଷ ମୁହୂର୍ତ୍ତରେ ଦେଶର ସର୍ବୋଚ୍ଚ ଅଦାଲତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଅନୁମତି ଦେଇଛନ୍ତି। ଅର୍ଥାତ ଆସନ୍ତାକାଲି ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରେ ମହାବାହୁଙ୍କ ରଥ ଗଡ଼ିବ। ତେବେ ଏନେଇ ସୁପ୍ରିମକୋର୍ଟ କେତେକ ଗାଇଡଲାଇନ ଜାରି କରିଛନ୍ତି।

Related story