ପଶ୍ଚିମ ଓଡିଶା ଭୋଟରଙ୍କୁ ମନ୍ତ୍ର ଫୁଙ୍କିବାକୁ ଆସୁଛନ୍ତି ଅମିତ୍‌ ଶାହା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗଞ୍ଜାମ, ଯାଜପୁର ଓ ଭୁବନେଶ୍ୱର ପରେ ଏବେ ନଜରରେ ପଶ୍ଟିମ ଓଡିଶା। ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା କଳାହାଣ୍ଡି ଓ ବଲାଙ୍ଗିରକୁ ବାଛିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତଶାହା। ସଂଗଠନ ଦୁର୍ବଳ ଥିବା ସ୍ଥାନକୁ ଆସି ମୋ ବୁଥ୍‌ ମଜଭୁତ କାର୍ଯ୍ୟକ୍ରମରେ ସାମିଲ ହେବାପରେ ଏବେ  ପଶ୍ଚିମଓଡିଶାରେ  ସଙ୍ଗଠନ ସଜାଡିବାର ମନ୍ତ୍ର ଦେବେ ଅମିତ । ପଶ୍ଚିମ ଓଡିଶାରେ ବିଜେପିର ଦବ୍‌ଦବା ଥିବା ସତ୍ତ୍ୱେ ବିଜେପୁର ଉପନିର୍ବାଚନରେ ଦଳ ପରାଜୟର ମୁହଁ ଦେଖିଲା […]

download

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 09:46 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗଞ୍ଜାମ, ଯାଜପୁର ଓ ଭୁବନେଶ୍ୱର ପରେ ଏବେ ନଜରରେ ପଶ୍ଟିମ ଓଡିଶା। ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା କଳାହାଣ୍ଡି ଓ ବଲାଙ୍ଗିରକୁ ବାଛିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତଶାହା। ସଂଗଠନ ଦୁର୍ବଳ ଥିବା ସ୍ଥାନକୁ ଆସି ମୋ ବୁଥ୍‌ ମଜଭୁତ କାର୍ଯ୍ୟକ୍ରମରେ ସାମିଲ ହେବାପରେ ଏବେ  ପଶ୍ଚିମଓଡିଶାରେ  ସଙ୍ଗଠନ ସଜାଡିବାର ମନ୍ତ୍ର ଦେବେ ଅମିତ । ପଶ୍ଚିମ ଓଡିଶାରେ ବିଜେପିର ଦବ୍‌ଦବା ଥିବା ସତ୍ତ୍ୱେ ବିଜେପୁର ଉପନିର୍ବାଚନରେ ଦଳ ପରାଜୟର ମୁହଁ ଦେଖିଲା ।  ଖାସ୍ ସେଇଥି ପାଇଁ  ଦୋହଲିଯାଇଥିବା ଗେରୁଆ ଗଡ଼କୁ ସଜାଡ଼ିବାକୁ ଆସିବେ ବିଜେପିର ସୁପ୍ରିମ କମାଣ୍ଡର ଅମିତଶାହା।

ଦଳ ତରଫରୁ ଶାହାଙ୍କୁ ଏପ୍ରିଲ ୪ ଓ ୫ ଦୁଇ ଦିନ ପଶ୍ଚିମ ଓଡିଶାର ୪ ସହରରେ ସମାବେଶ କରିବାକୁ ନିମନ୍ତ୍ରଣ  ଯାଇଛି । ଯଦିଓ ଶାହା ସମସ୍ତ ୪ଟି ସ୍ଥାନକୁ ଯିବା ନେଇ ସ୍ୱୀକୃତି ଦେଇନାହାଁନ୍ତି,  ତେବେ ୪ ତାରିଖରେ ଭବାନୀପାଟଣା, ୫ରେ ବଲାଙ୍ଗୀରରେ ସମାବେଶ ପାଇଁ ଦଳ ପ୍ରସ୍ତୁତ ହେଉଛି । ବଲାଙ୍ଗୀରେ ଯୁବ ସମାବେଶ କରି ଯୁବ ଭୋଟରଙ୍କୁ ମିଶନ ୧୯ର ମନ୍ତ୍ର ଦେବେ ଶାହା । ଏ ଦୁଇ ସ୍ଥାନ ବାଦ ସମ୍ବଲପୁର, ସୁନ୍ଦରଗଡ ଓ  ସୋନପୁରରେ ମଧ୍ୟ ଶାହାଙ୍କ ସଭା ପାଇଁ ରାଜ୍ୟ ବିଜେପି ପ୍ରସ୍ତାବ ଦେଇଥିବା ସୁଚନା ଦେଇଛନ୍ତି ସଭାପତି

ବସନ୍ତ ପଣ୍ଡା।

Related story