ଆଜି କେନ୍ଦୁଝର ଆସିବେ ଅମିତ ଶାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପୁଣିଥରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।  ସେ କେନ୍ଦୁଝର ଆସି ମେଡିକାଲ କଲେଜ ପଡ଼ିଆରେ ଏକ ସାଧାରଣ  ସଭାରେ ଯୋଗଦେବେ। ମିଶନ ୧୨୦କୁ ସଫଳ କରିବା ପାଇଁ ବିଜେପି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ। ଶାହଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି। ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୭ ତାରିଖରେ ଶାହ ପୁଣି ଥରେ ଓଡ଼ିଶା […]

amitshah

Tapas Behera
  • Published: Friday, 12 April 2019
  • , Updated: 12 April 2019, 01:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପୁଣିଥରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।  ସେ କେନ୍ଦୁଝର ଆସି ମେଡିକାଲ କଲେଜ ପଡ଼ିଆରେ ଏକ ସାଧାରଣ  ସଭାରେ ଯୋଗଦେବେ। ମିଶନ ୧୨୦କୁ ସଫଳ କରିବା ପାଇଁ ବିଜେପି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ।

ଶାହଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି। ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୭ ତାରିଖରେ ଶାହ ପୁଣି ଥରେ ଓଡ଼ିଶା ଆସିବେ। ବଡ଼ମ୍ବା ଓ ଢେଙ୍କାନାଳ ସଭାରେ ସେ ଯୋଗଦେବେ।

ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର ଓ ଭୁବନେଶ୍ୱରରେ ସାଧାରଣ ସଭାକୁ ସମ୍ବୋଧନ କରିବେ ମୋଦି।

Related story