ବିଜେଡିକୁ କାହିଁକି ପ୍ରଶଂସା କଲେ ଅମିତ୍ ଶାହ? ରାଜ୍ୟ ନେତୃତ୍ୱ ଉପରେ ଭରସା ନାହିଁ କି?

ଭୁବନେଶ୍ୱର (ପ୍ରକାଶ ସେଠୀ): ବିଜେପିର ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଆସାମରେ ୪୦ ଲକ୍ଷ ଲୋକଙ୍କ ନାଗରିକତ୍ୱ ପ୍ରସଙ୍ଗରେ ବିଜେଡି ଆଭିମୁଖ୍ୟର ପ୍ରଶଂସା କରି ସାଧାରଣ ନିର୍ବାଚନ ପୂର୍ବରୁ ଏକ ସଫଳ ଗୋଟିଚାଳନା କରିଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ଶାହଙ୍କ ମନ୍ତବ୍ୟର ୨୪ ଘଣ୍ଟା ନ ପୂରୁଣୁ ଓଡ଼ିଶାରେ ରାଜ୍ୟ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟକୁ ସ୍ୱାଗତ କରି ପ୍ରଶଂସାରେ ଶତମୁଖ ହୋଇପଡ଼ିଛି। ତେବେ ସାଧାରଣ ନିର୍ବାଚନ ପାଖେଇ […]

romance

romance

Rakesh Mallick
  • Published: Wednesday, 01 August 2018
  • Updated: 01 August 2018, 08:48 PM IST

Sports

Latest News

ଭୁବନେଶ୍ୱର (ପ୍ରକାଶ ସେଠୀ): ବିଜେପିର ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଆସାମରେ ୪୦ ଲକ୍ଷ ଲୋକଙ୍କ ନାଗରିକତ୍ୱ ପ୍ରସଙ୍ଗରେ ବିଜେଡି ଆଭିମୁଖ୍ୟର ପ୍ରଶଂସା କରି ସାଧାରଣ ନିର୍ବାଚନ ପୂର୍ବରୁ ଏକ ସଫଳ ଗୋଟିଚାଳନା କରିଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ଶାହଙ୍କ ମନ୍ତବ୍ୟର ୨୪ ଘଣ୍ଟା ନ ପୂରୁଣୁ ଓଡ଼ିଶାରେ ରାଜ୍ୟ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟକୁ ସ୍ୱାଗତ କରି ପ୍ରଶଂସାରେ ଶତମୁଖ ହୋଇପଡ଼ିଛି। ତେବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ, ବିଜେପି ଜାତୀୟ ଅଧ୍ୟକ୍ଷ ଶ୍ରୀ ଶାହ ବିଜେଡିକୁ ଏଭଳି ଖୋଲା ପ୍ରଶଂସା କରିବା ପଛରେ କେଉଁ ରାଜନୀତିକ କାରଣ ରହିଛି, ତାକୁ ନେଇ ଅଙ୍କକଷା ଜୋର୍ ଧରିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଆଗାମୀ ସାଧାରଣ ନିର୍ବାଚନରେ ଏନ୍‌ଡିଏ ମେଣ୍ଟରୁ କିଛି ସହଯୋଗୀ ଦୂରେଇ ଯିବାର ସମ୍ଭାବନା ମଧ୍ୟରେ ଅମିତ୍ ଶାହ ଏଭଳି ରାଜନୀତିକ ଗୋଟିଚାଳନା କରିଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୨୦+ ସିଟରେ ବିଜୟୀ ହେବ ଓ କ୍ଷମତା ଦଖଲ କରିବ ବୋଲି ଦମ୍ଭୋକ୍ତି କରି ଆସୁଥିବା ଶାହ, ରାଜ୍ୟରେ ନିଜ ଦଳର ସାଂଗଠନିକ ସ୍ଥିତିକୁ ପରଖିବା ପରେ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କରିଥିବାର ଆଭାସ ଦେଇଛନ୍ତି।

ପ୍ରଥମଥର ପାଇଁ ସାର୍ବଜନୀନ ଭାବେ ଆସାମର ନାଗରିକତ୍ୱ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ସେ ପ୍ରଶଂସା କରିଛନ୍ତି। ଶାହଙ୍କ ଭଳି ଅଭିଜ୍ଞ ଓ ଧୂରୀଣ ତଥା ସଫଳ ରଣନୀତିକାର ଯେ କେବଳ ଆସାମ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ବିଜେଡିକୁ ପ୍ରଶଂସା କରିଥିବେ ତାହା ଭାବିବା ଠିକ ହେବନାହିଁ।

୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ମ୍ୟାଜିକ୍ କିଭଳି କାମ କରିବ ଓ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁଣିଥରେ କ୍ଷମତାକୁ ଫେରିବ କି ନାହିଁ, ସେ ନେଇ ଏବେଠୁ ଅଙ୍କକଷାରେ ଲାଗିଥିବା ଶ୍ରୀ ଶାହ ଅତ୍ୟନ୍ତ ଭାବିଚିନ୍ତି ବିଜେଡିକୁ ପ୍ରଶଂସା କରିଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ପ୍ରଥମ କାରଣ ହେଉଛି, ୨୦୧୪ରୁ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ଷମତାସୀନ ହେବା ଦିନଠୁ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ଅଯାଚିତ ଭାବେ ନିଜର ସମର୍ଥନ କେନ୍ଦ୍ର ସରକାରଙ୍କୁ ଦେଇଛି।

ଓଡ଼ିଶାରେ ବିଜେଡିକୁ କ୍ଷମତାରୁ ହଟାଇବା ପାଇଁ ବିଜେପି ନେତୃତ୍ୱଙ୍କ ବିଭିନ୍ନ ରାଜନୀତିକ କାର୍ଯ୍ୟକ୍ରମ ଓ କଡ଼ା ଆଭିମୁଖ୍ୟ ସତ୍ତ୍ୱେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାର ଓ ଦଳ ବିମୁଦ୍ରାକରଣ, ଜିଏସ୍‌ଟି, ଏକତ୍ର ନିର୍ବାଚନ, ବିଜେପି ବିରୋଧରେ ଆସ୍ଥା ଭୋଟ୍ ଆଦି ପ୍ରସଙ୍ଗରେ ବିଜେପିକୁ ସୁହାଇଲା ଭଳି ପଦକ୍ଷେପ ନେଇଆସିଛି। ଏପରିକି ବିଜେପିକୁ ରାଜନୀତିକ ଦୃଷ୍ଟିରୁ କ୍ଷତି ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ କିମ୍ବା ଅଣକଂଗ୍ରେସ ମେଣ୍ଟରେ ସାମିଲ ହେବାରୁ ମଧ୍ୟ ଦୂରେଇ ରହିଛି।

ଓଡ଼ିଶାରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକଠୁ ଆରମ୍ଭ କରି ମୋଦି ଓ ଶାହଙ୍କ ବାରମ୍ବାର ଗସ୍ତ, ଓଡ଼ିଶା ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ କେନ୍ଦ୍ର ସରକାରଙ୍କ ଅନେକ ସକାରାତ୍ମକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ ବିଜେପିକୁ ସାଂଗଠନିକ ସଫଳତା ମିଳିପାରିନି। ବିଜେପିର ରାଜ୍ୟ ନେତୃତ୍ୱଙ୍କ ପ୍ରତି ଲୋକଙ୍କ ଭିତରେ ଆସ୍ଥା ସୃଷ୍ଟି ହେଉନଥିବାରୁ ଶାହ ହୁଏତ ନିଜର ରଣନୀତିରେ ଏଭଳି ପରିବର୍ତ୍ତନ କରିଥାଇ ପାରନ୍ତି ବୋଲି କୁହାଯାଇଛି।

ବରିଷ୍ଠ ରାଜନେତା ପଞ୍ଚାନନ କାନୁନଗୋଙ୍କ ମତରେ, ଅମିତ୍ ଶାହ ଜଣେ ଧୂରୀଣ ଓ ସଫଳ ରଣନୀତିକାର। ୟୁପି, ଆସାମ ଓ ତ୍ରିପୁରା ନିର୍ବାଚନରେ ସେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି। ଶ୍ରୀ ଶାହ ଭଲଭାବେ ଜାଣନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଓଡ଼ିଶାରେ ମାତ୍ କରିବା ସହଜ ନୁହେଁ।

ତା’ଛଡ଼ା କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବାକୁ ହେଲେ ବିଜେଡିର ସହଯୋଗର ଆବଶ୍ୟକତା ପଡ଼ିବ। କାରଣ ଏନ୍‌ଡିଏର ସହଯୋଗୀ ଥିବା ଶିବସେନା ଓ ଏଲ୍‌ଜେପି ଆଦି ଦଳ ଏବେଠୁ ଦୂରେଇବାର ସଙ୍କେତ ଦେଲେଣି। ତେଣୁ ଶାହ ବିଜେଡିକୁ ନିଜର ଭବିଷ୍ୟତର ସହଯୋଗୀ

କରି ରଖିବାକୁ ନିଜର ଗୋଟିଚାଳନା ଆରମ୍ଭ କରିଛନ୍ତି। ବିଜେଡିର ବିଗତ ଦିନର ଆଭିମୁଖ୍ୟ ଯାହା ରହିଆସିଛି ଓ ଏବେ ଶ୍ରୀ ଶାହଙ୍କ ମନ୍ତବ୍ୟ ଯେଭଳି ରହିଛି ସେଥିରୁ ଉଭୟ ଦଳ ମଧ୍ୟରେ କିଛି ଗୋପନ ବୁଝାମଣା ଥିବା ଯେକେହି ସହଜରେ ହୃଦବୋଧ କରିପାରିବ ବୋଲି ଶ୍ରୀ କାନୁନଗୋ କହିଛନ୍ତି।

ଅନ୍ୟପକ୍ଷରେ ବିଜେପିର ଜାତୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି। ୨୦୦୯ ମସିହାରେ ବିଜେପିକୁ ମିଳିଥିବା ତିକ୍ତତା ଏବେ ବି ସତେଜ ରହିଛି। ବିଜେଡି ସହ ମେଣ୍ଟ ତ ଦୂରର କଥା ଶତ୍ରୁର ମର୍ଯ୍ୟାଦା ପାଇବାକୁ ବିଜେଡି ହକଦାର ନୁହେଁ ବୋଲି କହିଛନ୍ତି।

ତେବେ ରାଜନୀତିକ ବିଶ୍ଲେଷକଙ୍କ ମତରେ ରାଜ୍ୟ ବିଜେପିର ନେତାମାନେ ଯାହା ମନ୍ତବ୍ୟ ଦେଉଛନ୍ତି ତାହା କେବଳ ତୃଣମୂଳସ୍ତରରେ କର୍ମୀଙ୍କ ମନୋବଳ ଓ ଉତ୍ସାହ ବୃଦ୍ଧି ପାଇଁ ଉଦ୍ଦିଷ୍ଟ। କିନ୍ତୁ ବିଜେପିର ଜାତୀୟ ନେତୃତ୍ୱ ଓ ଗତକାଲି ଅମିତ୍ ଶାହଙ୍କ ମନ୍ତବ୍ୟ ହିଁ ବିଜେଡି ସହ ବିଜେପିର ଲୁଚକାଳି ଓ ରୋମାନ୍ସର ଆଭାସ ଦେଇଛି। ଉଭୟ ବିଜେଡି ଓ ବିଜେପି ପାଇଁ ଗୋପନ ବୁଝାମଣା ବାଧ୍ୟବାଧକତା ତଥା ରାଜନୀତିକ ସୁବିଧାବାଦୀ ରଣନୀତିର ଅଂଶବିଶେଷ। ଏକଥା ଜଳଜଳ ଦିଶୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story